STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଖରା ଛୁଟିରେ ପଢା

ଖରା ଛୁଟିରେ ପଢା

1 min
27.6K



ସୁଧାକର ରାଉତ


କୁନା ଶୋଇଥିଲା ନିଘୋଡ଼ ନିଦରେ

ମାଆ ପହଞ୍ଚିଲେ ଆସି

କହିଲେ ପୁଅତୁ ଏତେ ବେଳଯାଏ

ଶୋଇକି ହଉଥା ଖୁସି

ଖରାଛୁଟି ତୋର ହୋଇଅଛି ବୋଲି

ମନରେ ନାହିଁ ତୋ ଦକା

ନୂଆ ବହି କାଲି ବାପା ଆଣିଛନ୍ତି

ସେ କଥା ମନରେ ପକା

ଛୁଟିରେ ତୁ ନିଜେ କରିବା ପାଇଁତ

ଘରପଢା ଅଛି ବାକି

ସେକଥା କହିଲେ ଏଡାଇ ଦେଇଛୁ

କହୁ ଲିଟୁ ଗଲା ଡାକି

ସାଙ୍ଗ ସାଥୀ ସଙ୍ଗେ ଖେଳିବା ପାଇଁକି

ମନା କରୁନି ମୁଁ ତତେ

ଖେଳ ବେଳେ ଖେଳ ପଢା ବେଳେ ପଢା

କିଆଁ ବୁଝାଇବି ଏତେ

ଯେଉଁ ଘରପଢା ନ ଆସିବ ତୋତେ

ତାକୁ ଦେବି ମୁଁ ବୁଝେଇ

ନହେଲେ ବିଦ୍ୟାଳୟ ଖୋଲିଗଲେ

ହଇରାଣ ହେବୁ ତୁହି

ତୋର ଯେଉଁଥିରେ ସନ୍ଦେହ ହେଉଛି

ବାପାଙ୍କୁ ପଚାରି ପାରୁ

ନଚେତ୍‌ ତୋର ସାଙ୍ଗସାଥୀ ଏତେ

ବୁଝିବୁ ତୁ ତାଙ୍କ ଠାରୁ

ସମୟର ତୁ ଠିକ୍‌ ଉପଯୋଗ

ମୋ କଥା ମାନି କରିଲେ

ସମୟଟା ତତେ ଠକି ଦବ ନାହିଁ

ପରେ ଭାବିବୁ ନ ହେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children