Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Abstract Drama

4  

Bijay Prusty

Abstract Drama

ଖୋଲିଗଲେ ଛାତିର ଦରଜା

ଖୋଲିଗଲେ ଛାତିର ଦରଜା

1 min
218



ସାଗର ବେଳାରେ ବାଲିଘରଟିଏ

ତୋଳିଥିଲି ତୁମପାଇଁ

ଏଯାଏ ବି ଅଛି ସେଇ ବାଲିଘର

ଲହଡି ପାରିନି ଛୁଇଁ I

ଏବେବି କାନରେ ପଡିଯାଏ ସଖୀ

ତୁମରି କଣ୍ଠର ଗୀତ

ଦିଗବଳୟ ଧାରେ ଦିଶିଯାଏ ତୁମ

ଭୂବନ ମୋହିନୀ ରୂପ I

କେଉଁ ଉପାଦାନେ ମନ ତୁମ ଗଢା

ଜାଣି ପାରୁନାହିଁ ସଖୀ

ତୁମ ହୃଦୟର ଅକର୍ମଶୀଳାରେ

ନାଁ' ମୋ' ଦେଇଛି ଲେଖି I

କେବେ ଯଦି କେଉଁ ଅଳସ ମୂହୂର୍ତ୍ତେ

ମନେ ପଡିବ ମୋ କଥା

ସେତିକିରେ ସଖୀ ଉଣା ହୋଇଯିବ

ମୋ ମରମ ତଳ ବ୍ୟଥା I

ସତେଜ ହୋଇ ମୁଁ ଚେଇଁ ଉଠିବି ଲୋ

ସପନ ଉଠିବ ଚେଇଁ

ଫୁଲର ମହକେ ମହକି ଉଠିବ

ମୋ ମନ ଟାଙ୍ଗରଭୂଇଁ I

ଅନ୍ଧାରେ ଅନ୍ଧାର ଖୋଜିବିନି ଆଉ

ତୁମେ ଆସୁଥିବ ଧିରେ

ତୁମେ ହସିଦେବ ମୋ ଛାତିତଳର

ଦ୍ୱାର ଖୋଲିଗଲା ପରେ I

      


Rate this content
Log in