STORYMIRROR

MADHU MITA

Inspirational

3  

MADHU MITA

Inspirational

ଖୋଜୁଥିଲି କାହାକୁ

ଖୋଜୁଥିଲି କାହାକୁ

1 min
261

ଖୋଜୁଥିଲି କାହାକୁ…


ଅନ୍ଧାରରେ ଟିକେ ଆଲୁଅକୁ..

ଆଉ ଆଲୁଅରେ..କେଉଁଠି ଲୁଚି ଯାଇଥିବା..

ନିଜର ପ୍ରତିଛବିକୁ..


ରାତିରେ ସୂର୍ଯ୍ୟକୁ..

ଆଉ ସୂର୍ଯ୍ୟ କିରଣରେ..ନିଜକୁ ଲୁଚେଇଥିବା..

ଜହ୍ନକୁ.. ତାରାକୁ..


ଲୁହ ଭିତରେ ହସକୁ..

ଆଉ ହସରେ..

ଲୁଚି ରହିଥିବା ଟୋପେ ଅମାନିଆ ଲୁହକୁ..


ଖୋଜୁଥିଲି ଜୀବନକୁ..

ଜୀବନ ଭିତରେ କେଉଁଠି ଲୁଚି ରହିଥିବା..

ଆଉ ଏକ ସତ୍ୟ..ମୃତ୍ୟୁକୁ..


ଆଉ ପୁଣି..

ମୃତ୍ୟୁ ଭିତରେ ଉଙ୍କି ମାରି ଆସୁଥିବା..

ଜୀବନର କ୍ଷୀଣ ଅସତ୍ୟ ଆଶାକୁ..


ଖୋଜୁଥିଲି..ନିଜ ଅସ୍ତିତ୍ଵକୁ..

ଆଉ ସେହି ଅସ୍ତିତ୍ୱ ଭିତରେ ଲୁଚି ରହିଥିବା..

ଅଦୃଶ୍ୟ.. ସେହି..ଦୈବୀସତ୍ତାକୁ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational