STORYMIRROR

Jayashree Maharana

Romance Fantasy

3  

Jayashree Maharana

Romance Fantasy

ଖୋଜୁଥାଏ ତୁମ ପ୍ରୀତି

ଖୋଜୁଥାଏ ତୁମ ପ୍ରୀତି

1 min
60

ତୁମେ ବୈଶାଖର ସ୍ନିଗ୍ଧ ବାରିଧାରା

ସ୍ୱପ୍ନିଳ ଆକାଶେ ତାରା

ମନ ଇଲାକାରେ ପ୍ରୀତିମୟ ନଈ

ଭାବନାର ଅପସରା ।


ତୁମେ ବସନ୍ତର ମଳୟ ପବନ

ପୂର୍ଣ୍ଣିମା ରାତ୍ରିର ଜହ୍ନ

ଯୌବନ ସାଗରେ ଉତ୍ତାଳ ତରଙ୍ଗ

ପୁଷ୍ପରେ ଶୋଭିତ ବନ ।


ତୁମେ ଫଗୁଣର ରଙ୍ଗୀନ ଅବୀର

କାମିନୀ କେତକୀ ବାସ

ହୃଦ ସରୋବରେ ସୁଢଳ କମଳ

ଆଖିରେ ଚିତ୍ରିତ ଆଶ ।


ତୁମେ ଶ୍ରାବଣରେ ବରଷାର ଝର

ଇନ୍ଦ୍ରଧନୁ ସପ୍ତରଙ୍ଗ

ଶୀତ ସକାଳର ଶିଶିରର ଶୋଭା

ଜୀବନ ବୀଣାର ରାଗ ।


ତୁମେ ସମ୍ପର୍କର ମଧୁ ଗୀତଟିଏ

ସ୍ମୃତି ଶାମୁକାର ମୋତି

ନିଃସଙ୍ଗ ପଥର ବାଟୋଇଟିଏ ମୁଁ

ଖୋଜୁଥାଏ ତୁମ ପ୍ରୀତି ।


Rate this content
Log in

Similar oriya poem from Romance