STORYMIRROR

Maitreyee Kamila

Fantasy

4  

Maitreyee Kamila

Fantasy

ଖୋଜୁଛି ମୁଁ ଏମିତି ଏକ ଋତୁ

ଖୋଜୁଛି ମୁଁ ଏମିତି ଏକ ଋତୁ

1 min
452


ଖୋଜୁଛି ମୁଁ ଏମିତି ଏକ ଋତୁ

ବଦଳିଯାଇଥିବ ଘାସ ଆଉ ଫୁଲର କାହାଣୀ

ପାହାଡ଼ଟା ଆଉ ଧୂସୁରା ଦିସୁନଥିବ 

ପାଣିର ଗାର ପରି ଲିଭୁଥିବ

ରାଗରୁଷା ମାନଭିମାନ 

ତର୍କବିତର୍କ ଠୁ ଦୁରେଇଥିବ ସମ୍ପର୍କ ର ଡୋର

ଅନ୍ଧବିଶ୍ୱାସ କୁ ସଂସ୍କାର ଗଣ୍ଠିଲି ମାରି ଉଇ ଖାଉଥିବ

ସମ୍ପ୍ରଦାୟିକତା ଭେଦଭୁଲି ବାଣ୍ଟୁଥିବା ନାରା "ଆମେ ସବୁ ଏକ"



ମୋତେ ଠିକ ସେ ହୁଳହୁଳି ପକେଇ ଆସେନି ,ଭଲ ରାନ୍ଧି ଆସେନି କହି ତୁମେ ବାଟ ଭାଙ୍ଗି ଚାଲିଯିବନି

ଆଖିକୁ ଦିସୁନି କହି ଶବ୍ଦ ସବୁ ଖାତାରେ ଏପାଖ ସେପାଖ ହେବେନି

ଏମିତି ଏକ ଋତୁ 

ସମୟ ଟା ଟିକେ ରହିଯିବ

ସୁନସାନ ଖରାବେଳେ

କୃଷ୍ଣଚୁଡା ଛାଇତଳେ

ଫଗୁଣ ସରିନି କହି



ଅଙ୍କା ବଙ୍କା ରାସ୍ତା ସରି ଆସୁଥିବ

କେହି ନ ଝୁଣ୍ଟିଲା ଭଳି

ବାଡ଼ କଡ଼ ଲତାପରି 

ମୁଠେ ମାଟି କୁ ଆଉଜି

 

କୁହୁଡ଼ି ରେ ଚାଲୁଚାଲୁ

ନେସି ହୋଇଯିବ କାକର ଟୋପା ଟା ଆଖି ପତାରେ,

ପଛରେ ସେ ଗଙ୍ଗଶିଉଳି ଫୁଲ ନେନ୍ଥାଏ ଝରିପଡୁଥିବ 

କଲମ ମୁନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy