STORYMIRROR

DHARITRI SAHU

Tragedy

4  

DHARITRI SAHU

Tragedy

ଖୋଜୁଛି -ହଜୁଛି

ଖୋଜୁଛି -ହଜୁଛି

1 min
254


ଆଜି ସେଇ ଅମା ରାତି  

ଶୀତ କାକରରେ ଭିଜି

       ଅବସନ୍ନ ବୟସକୁ ଖୋଜି,

ଜୀବନର ମଧ୍ୟାହ୍ନରେ 

ଶୁଖା ଶୁଖା ପତ୍ର ପରେ

       ପାଦ ଥାପି ଉଠିଲି ଚମକି।

ସାତ ରଙ୍ଗ ଫିକା ଫିକା

ଉଡିଗଲା ମଧୁଲିକା

    ବଗିଚା ମୋ କେ ଦେଲା ଉଜାଡି,

ହରା ରଙ୍ଗେ ଥିଲା ଭରି

ହଳଦୀ, ରଙ୍ଗଣୀ, ନାଲି

     ଫୁଲର ସ୍ତବକ ଖେଳେ ଦୋଳି।

ସୁଗନ୍ଧିତ ପଟୁଆରେ 

ଆସେ ପାଗଳ ଭ୍ରମରେ 

     ସପ୍ତସ୍ବରେ ମନ ଚୋରି କରେ,

ଅଭିମାନେ ଫୁଲ ରାଣୀ

ଅବଗୁଣ୍ଠନେ ଓଢ଼ଣୀ

      ମୁହଁ ପରେ ଲାଜେ ଟାଣି ଧରେ।

କାହିଁ ସବୁ ହଜିଗଲା

କିଏ ସବୁ ଚୋରି କଲା

       ଉଜାଡିଲା ସତେକି ସମୟ?

ବୟସ ତା' ଉଡାଣରେ

ପତ୍ରଝଡ଼ା ଋତୁ ଭାରେ

       ଲାଗୁଛି ତ ସତେ ଅସହାୟ।

 ଶେଷ ଭଗ୍ନ ସ୍ତୁପେ ଆଜି

 ହୃଦୟ ପାଉନି ଖୋଜି

        ନୀରବେ ବାହୁନି ଆଜି କାନ୍ଦେ,

ଉଣ୍ଡାଳି ସାଉଁଟି ପୁଣି

ଜିଇଁବା ଆଶାକୁ ଆଣି

        ବଞ୍ଚିବାର ସଞ୍ଜିବନୀ ସିଞ୍ଚେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy