STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ଖୋଜ ଜାଗ୍ରତ

ଖୋଜ ଜାଗ୍ରତ

1 min
376

ଜାଗରେ ଜାଗରେ ଜାଗରେ ଜାଗରେ

ଦେଶପ୍ରେମୀ ଭାରତୀୟ

ହୁଅରେ ହୁଅରେ ଏକାଠି ହୁଅ ରେ

ଏବେ ଆସିଛି ସମୟ


କହେ କିଏ ଏଠି ନାହାନ୍ତି କେଉଁଠି

ମଣିଷ ପରି ମଣିଷ

ମୁଁ ତଅ କହୁଛି ଖୋଜିବାର ଅଛି

ଅଛନ୍ତି ଭଲ ମଣିଷ


ଅଛନ୍ତି ସେ ମାନେ ଝୁରନ୍ତି ସେ ମନେ

ସଦା ମାତୃଭୂମି ପାଇଁ

ଲୋଡ଼ନ୍ତି ସେମାନେ ଜଣେ ଭଲ ଜନେ

ସାଥୀ ଟିଏ ହେବା ପାଇଁ


ପଥରର ଭାର ସହି ବହିବାର

ପ୍ରସ୍ତୁତ ଅଙ୍ଗ ଯାଆର

ସାଥୀ ଟିଏ ବିନା ସାହସ ପାଏନା

ପାଇଁ ରେ ଦୁର୍ନୀତି ଦୂର


ଦେଖି ଚାଲେ ସିନା କରିସେ ପାରେନା

ପାରେନା ଦେଇ ଉତ୍ତର

ଖଣ୍ଡାର ଆଗରେ ଛୁରୀ ଧାର ମରେ

କାଟିବ କେମିତି ଶିର


ସଭିଏଁ ଆସ ରେ ଏକାଠି ହେବାରେ

ଅଛ ଯେତେ ଦେଶପ୍ରେମୀ

ଜୀବନକୁ ବାଜି ଦେଶ ପାଇଁ ତ୍ୟାଗି

ହେବା ତା ପାଇଁ ସଂଗ୍ରାମୀ


ମିଳିତ ହାତରେ ସାମର୍ଥ୍ୟ ଅଛି ରେ

ନ ଯିବାରେ ଆମେ ହାରି

ଏକାଠି ହୁଅରେ ଭାରତ ଭୂମିରେ

ଅଛ ଯେତେ ନରନାରୀ


ସଭିଏଁ ଧର ରେ ବୀର ଅସ୍ତ୍ର କରେ

ବାଜେ ଦେଖ ଶଙ୍ଖ ସ୍ୱର

ରଣକ୍ଷେତ୍ରେ ଯୁଦ୍ଧ କରିବାକୁ ହେବ

ଯାଉ କଟି ପଛେ ଶିର


ପ୍ରମାଣ ଅଛିରେ ଏକତା ଆଗରେ

ହୁଏ ସବୁକିଛି କରି

ବିଶ୍ୱାସ ଅଛି ରେ ଭାରତ ପୁଣି ରେ

ହେବ ନିଶ୍ଚେ ରାମଗରି


ଆସ ରେ ଆସ ରେ ଏକାଠି ହେବାରେ

ନ କରିବା ଆଉ ଡେରି

ଦେଖିବ ନିଶ୍ଚିତ ଏ ସାରା ଜଗତ

ବାଜିବ ଶଙ୍ଖ ମହୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract