STORYMIRROR

Chinmayee Sahoo

Abstract

2  

Chinmayee Sahoo

Abstract

କହଲୋ ଦର୍ପଣ

କହଲୋ ଦର୍ପଣ

1 min
100

କହ ଲୋ ଦର୍ପଣ ନ ହୋଇ କୃପଣ

କାହିଁକି ହୁଅନ୍ତି ସଜ

ତୁ ସତ୍ୟବାଦିନୀ ଦେଏ ଲୋ ବଖାଣି

ସୁନ୍ଦରତା କି ବା ଚିଜ


ଦର୍ପଣ:

ସୁନ୍ଦରତା ଏକ ଅନୁଭୁତି ମାତ୍ର

କ୍ଷଣସ୍ଥାୟୀ ସଂସାରରେ

ବୃଥା ପ୍ରହସନ ତୁଛା ମାୟା ଭ୍ରମ

ରୂପ ର ପୂଜାରି ଠାରେ


ଅସ୍ଥି ପରେ ମାଂସ ମାଂସ ପରେ ଚର୍ମ

ଲେପି ହୋଇଅଛି ଗଢା

ଏକା ରକ୍ତରଙ୍ଗ ଏକା ପ୍ରତି ଅଙ୍ଗ

କେ ଟୋକା କେ ଏଠି ବୁଢା


ବ୍ୟବହାର ଅଟେ ହୃଦ ପ୍ରତିବିମ୍ବ

ତା'ବଳେ ଦିଶଇ ଯାହା

ଭଲ ଭେଲ ମନ ଅନୁସାରେ ସର୍ବେ

ସେପରି କୁହନ୍ତି ଆହା


ନିଜର ଯେ ଜନ ନିଜକୁ ସୁନ୍ଦର

ଶତୃ ଦିଶେ ଅସୁନ୍ଦର

ମନକୁ ଧୋଇଲେ ସ୍ନେହ ପ୍ରେମ ନୀରେ

ସଫା ସୁନ୍ଦର ସଂସାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract