STORYMIRROR

Lata Behera

Abstract

4  

Lata Behera

Abstract

ଖଳନାୟକ

ଖଳନାୟକ

1 min
277


ଖଳନାୟକଟି ସବୁବେଳେ ତାର

କୂଟ ଚକ୍ରାନ୍ତରେ ଥାଏ

ନିଜ ସ୍ବାର୍ଥ ପାଇଁ ଛଳନାର ଜାଲ

ବୁଣି ଦେଇ ଚାଲେ ସିଏ ।


ନିଜ ଚିନ୍ତାରେ ସେ ବୁଡି ରହିଥାଏ

କାହାର ହୁଏନି ସିଏ

ନିଜ କାର୍ଯ୍ୟେ ଯେବେ ବିଘ୍ନ ଆସି ଯାଏ

ରାସ୍ତାରୁ ହଟେଇ ଦିଏ ।


ଯିଏ ବି ତାହାର ଅତି ଆପଣାର 

ଛାଇ ପରି ରହି ଥାଏ

ଦରକାର ହେଲେ ଜୀବନରୁ ମାରି 

ତାକୁ ଦେଇଥାଏ ସିଏ।


ଖଳନାୟକକୁ ବିଶ୍ବାସ କରିବା 

ସବୁଠୁ ବୋକାମୀ ହୁଏ

କାର୍ଯ୍ୟକୁ ହାସଲ କରି ନେବା ପାଇଁ 

ମିଛେ ଭଲ ପାଏ ସିଏ ।


ହୃଦୟେ ଭିତରେ ସେନେହ ମମତା 

ନା ତାହାର କିଛି ଥାଏ

ନିଜର ସ୍ବାର୍ଥକୁ ହାସଲ କରିବା

ପାଇଁ ସାଥେ ରଖେ ସିଏ ।


ଭୋକିଲା କୁକୁର ଉପରକୁ ରୁଟି

ଯେମିତି ଫୋପଡା ଯାଏ

ଚାମଚାକୁ ଧରି ମଦ ମାଂସ ଦେଇ

ନିଜ କାମ କରେ ସିଏ ।


ଅନ୍ୟାୟ ଅନୀତି ଭ୍ରଷ୍ଟାଚାର ନୀତି

ତା ପାଖରେ ଭରି ଥାଏ

ଗୁଣ୍ଡା ବଦମାସୀ ସାଥେ ରଖି ବଟି

ଆଦାୟ କରଇ ସିଏ ।


ଦୁଃଖୀର ଦୁଃଖଟି ବୁଝେ ନାହଁ ଜମା

ନିଷ୍ଠୁର ହୃଦୟଟିଏ

କଥା କଥାରେ ହାତର ଚାବୁକ 

ଗୁଳି କଥା କହୁ ଥାଏ ।


ଥରେ ତା ଜାଲରେ ଯିଏ ପଡି ଯାଏ

ସେଇଠି ଗଲା ତ ସିଏ

ସତ ଚେଷ୍ଟା କଲେ ଫେରିବା ସମ୍ଭବ

କେବେ ତା ହେଇ ନ ଥାଏ ।


କ୍ରୀତଦାସ ପରି ରହି ତାର ପାଦ

ସେବା କରୁଥାଏ ସିଏ

ଇଚ୍ଛା ବି ନ ଥିଲେ ବାଧ୍ୟ ହେଇ ସବୁ

ମାନି ଚଳିବାକୁ ହୁଏ ।


ଖଳନାୟକଠୁ ଦୂରେଇ ଯେ ରହେ

ଶାନ୍ତିରେ ବଞ୍ଚଇ ସିଏ

ନ ହେଲେ ଆଖିର ନିଦ ହଜି ଯାଏ

ଭୟରେ ଜୀବନ ଯାଏ ।


ନିଜ ସ୍ବାଧୀନକୁ ହରେଇ ଦେଇ ସେ

ତାହାର ଗୋଲାମ ହୁଏ

ବଞ୍ଚିବା ମରିବା ଦୁଇଟି ଯାକ ତ

ତାହାର ସମାନ ଥାଏ ।


ଦୁଃଖ ହେଉ ପଛେ ନିଜ ସ୍ବାଧୀନରେ 

ନିଜେ ଯିଏ ରହି ଥାଏ

ସରଗର ସୁଖ ଲାଗେ ତାକୁ ପାଣି 

ପିଇ ରହେ ପଛେ ସିଏ ।


ଖଳନାୟକଠୁ ଦୂରେଇ ରହିବା

ବୁଦ୍ଧିମାନ୍ କାର୍ଯ୍ୟ ଇଏ

ତେବେ ତ ଜୀବନ ଖୁସିରେ କଟିବ 

ଶାନ୍ତିରେ ଶୋଇବ ସିଏ ।


ଜନମରୁ ଖଳନାୟକ ହେଇ କେ

ଜନ୍ମ ତ ହେଇ ନଥାଏ

ପରିବେଶ ପରିସ୍ଥିତି କାହାକୁ ବି

ସେଠି ଛିଡା କରି ଦିଏ ।


ସେମିତିକା ଖଳନାୟକ ଭିତରେ

ମଣିଷ ପଣିଆ ଥାଏ 

ଭଲ ହୃଦୟଟି ଲୁକ୍କାୟିତ ରହି

ଉପରେ ନିଷ୍ଠୁର ସିଏ ।


ଖଳନାୟକର ଶେଷ ପରିଣତି 

ମୃତ୍ୟୁ ସୁନିଶ୍ଚିତ ଥାଏ

ସିଏ ତ ମରିଲେ କାହାଣୀ ସରଇ

ଯବନିକା ପଡି ଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract