STORYMIRROR

Hasyamayee Raj

Abstract Others

3  

Hasyamayee Raj

Abstract Others

କହିଲି ମୁଁ ସୁଯୋଗକୁ ଅପେକ୍ଷା କର

କହିଲି ମୁଁ ସୁଯୋଗକୁ ଅପେକ୍ଷା କର

1 min
11.7K


କହିବି ମୋ ମନକଥା

ଭାବିଥିଲି ଦିନେ

ନିଷ୍ଠୁର ହେଲା ସୁଯୋଗ

ଆସିଲାନି କେବେ

ମନକଥା ରହିଗଲା ମନେ ।।


ଆଜି ଭାବେ

ଯଦି ତୁମକୁ କହିପାରିଥାନ୍ତି ସେଦିନ

ଜୀବନର ମୋଡଟା

ହୁଏତ ବଦଳି ଯାଇଥାନ୍ତା

ତଥାପି ଦୁଃଖ ନାହିଁ

ଈଶ୍ବରଙ୍କ ଇଛା ବୋଧହୁଏ

ହେଇଅଛି ପୁର୍ଣ୍ଣ ।।


ଥିଲା ମୋର ହାତଗଣ୍ଠି

ପଡିବାର ବେଳ

ଆସିଥିଲ ଧରି ଉପହାର

ଓଢଣା ତଳେ ହୁଏତ ତମେ

ଦେଖି ପାରି ନଥିବ

ଅଜାଣତେ ଝରୁଥିବା

ଆଖିରେ ମୋ

ଲୁହ ଧାର ଧାର, 

କେମିତି ହେଇ ପାରିଲ

ଏତେ ଯେ ନିଷ୍ଠୁର ??


ତମକୁ ବି କହିଥିଲି

କୁହ ବାରମ୍ବାର

ହେଲେ ତମେ ମୋତେ କହୁଥିଲ

ଚାକିରିଟା ହେଇଯାଉ

ସମୟ ଅନେକ୍ ଅଛି

ଟିକେ ସୁଯୋଗକୁ ଅପେକ୍ଷା କର !

ହେଲେ ଆସିଲାନି ସୁଯୋଗ

ହେଲା ଯେ ନିର୍ଦ୍ଦୟ

ସେଦିନ ସମାଧି ଲଭିଲା ପ୍ରେମ ମୋର

ଛାତି ତଳେ କୋହ ଚାପି

ଦେଲି ତାକୁ କବର ।।


ଏବେବି ତମେ କେବେ କେବେ

ସ୍ବପ୍ନ ହୋଇ ଆସ

ହେଲେ ସିଧା ସିଧା କହିଦିଏ ମୁଁ

ଫେରିଯାଅ ଫେରିଯାଅ

ଅଗ୍ନିକୁ ସାକ୍ଷୀ ରଖି

ବିବାହ କରିଛି ମୁଁ

ଏ ଜନ୍ମରେ ତ ହେଲନାହିଁ

ସାତ ଜନ୍ମ ପାଇଁ ବି ମୁଁ

ହେଇ ପାରିବିନି ତୁମର, 

ହୁଏତ ହେଇପାରେ

ସାତ ଜନ୍ମ ପରେ

ସେ ସୁଯୋଗକୁ ଅପେକ୍ଷା କର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract