STORYMIRROR

Satyabati Swain

Children

4  

Satyabati Swain

Children

କହିଲି ମା ପାଦ ଧରି

କହିଲି ମା ପାଦ ଧରି

1 min
162

ସଂଶୋଧନ


ବ୍ୟଥା ବେଦନାରେ ନଇଁ ପଡେ ମୁଁ

    ଭୁଲ୍ କରିଦିଏ ଯେବେ

ଅନ୍ତର ମୋର ଗୋଳେଇ ଘାଣ୍ଟି ହୁଏ

    ମନେ ଅନୁତାପ ଜାଗେ।


କାହିଁକି କରିଲି ବୋଲି ମନ ମୋର ଖାଲି

     ସନ୍ତୁଳି ତ ହେଉଥାଏ

ଅଶାନ୍ତି ଅଶାନ୍ତି ଲାଗେ ସବୁ କାମ ଦାମ

     ମନଊଣା ହୋଇଯାଏ।


ଦେଖାଇ ପାରେନି ଅଜାଗା ଘା ପରି ସେତ

     କହି ପାରେନି କାରେ

ମନର ଦରଜ ମନରେ ମାରି ଗୁଣି ଗୁଣି

     ଦିନଟି ମୋର ସରେ।


ଚୁପ୍ କି ଯାଇ ଠାକୁରଙ୍କ ପାଶେ ମୋର

     ମରମ ବେଦନା କୁହେ

ଜୀବନରେ ଆଉ ଏମିତି ଭୁଲକରି ବିନି

     କାନକୁ ମୋ ମୋଡିହୁଏ।


ବାପା ପଚାରନ୍ତି ମୋ ହାବଭାଵ ଦେଖି

      କଣ ହୋଇଛି କି ଝିଅ!

କାହିଁକି ହସ ଖୁସି ଯାଇଛି ଉଭେଉ ତୋ

      ଶୁଖିଲା ଦିଶୁଛି ମୁହଁ!


କାନ୍ଦ କାନ୍ଦ ହୋଇ କହିଲି ଡରି ମରି କେତେ

     କରିଥିବା ଭୁଲ୍ ମୋର

ବୋଉ ବାକ୍ସରୁ ପଇସା ଚୋରେଇ କି

      ଖାଇଛି ଯେ ଚାନାଚୁର୍।


ବାପା କୋଳେଇ କଅଁଳେଇ ମୋତେ

    କହିଲେ ଏ ଭୁଲ୍ କାମ

ଏମିତି କାମ କଲେ ଦୁନିଆଁ ଦାଣ୍ଡେ ସିନା

      ଖରାପ ହେବ ନାମ।


ଭୁଲ୍ କରି ଯେବେ ନିଜକୁ ସଂଶୋଧନ

    କରି ପାରିଲା କେହି

ଅନୁତାପ ଦଣ୍ଡ ଠାରୁ ଏଇ ସଂସାରରେ

     ଆଉ କିଛି ଦଣ୍ଡ ନାହିଁ।


ଆଜିଠୁ ଶପଥ କର ମା ମୋର ତୁ ଲୋ

    ଯେଉଁ ପରିସ୍ଥିତି ହେଉ

ଚୋରି କରିବୁନି ଜୀଵ ଥିବା ଯାଏ ଧନ

      ଏକଥା ରଖ ଗଣ୍ଠି କରି।


ସେଇ ଦିନଠାରୁ ଚାନାଚୁର ଖିଆ ମୋ

     ବନ୍ଦ ଦେଇଛି କରି 

ଜୀବନରେ ଏମିତି ଭୁଲ୍ କେବେ କରିବିନି

    କହିଲି ମା ପାଦ ଧରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children