STORYMIRROR

Ghanashyam Biswal

Abstract

5.0  

Ghanashyam Biswal

Abstract

କହିଲେ କହିଲା କହିବ

କହିଲେ କହିଲା କହିବ

1 min
105

ଅକାରଣେ

ବିନା ଦୋଷେ ନିରୀହ ଫାଶୀରେ ଝୁଲିବ

ଦୋଷ କରି କେତେ ପୁଣି ପାପୀ ଅପରାଧୀ

ଗୀତ ଗାଇ ଗାଇ ବୁଲିବ

ଆଉ

କହିଲେ କହିଲା କହିବ


ସ୍ୱାର୍ଥ ପାଇଁ

ମମତାର ରାଣ ଖାଇବ

ପରକୁ ନିଜର କରିବ

ମଧୁର ସମ୍ପର୍କ ଚୁନା ହେଉପଛେ

ସ୍ୱାର୍ଥପର ହୋଇ ବଞ୍ଚିବ

କହିଲେ କହିଲା କହିବ


ଲୋଭୀ ହୋଇ

ବିବେକକୁ ହତ୍ୟା କରିବ

ମିଛ କଥା କେତେ କହିବ

ଅମଣିଷ ହୋଇ

ମାରିବ, ହାଣିବ

କହିଲେ କହିଲା କହିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract