କହିଲେ କହିଲା କହିବ
କହିଲେ କହିଲା କହିବ
ଅକାରଣେ
ବିନା ଦୋଷେ ନିରୀହ ଫାଶୀରେ ଝୁଲିବ
ଦୋଷ କରି କେତେ ପୁଣି ପାପୀ ଅପରାଧୀ
ଗୀତ ଗାଇ ଗାଇ ବୁଲିବ
ଆଉ
କହିଲେ କହିଲା କହିବ
ସ୍ୱାର୍ଥ ପାଇଁ
ମମତାର ରାଣ ଖାଇବ
ପରକୁ ନିଜର କରିବ
ମଧୁର ସମ୍ପର୍କ ଚୁନା ହେଉପଛେ
ସ୍ୱାର୍ଥପର ହୋଇ ବଞ୍ଚିବ
କହିଲେ କହିଲା କହିବ
ଲୋଭୀ ହୋଇ
ବିବେକକୁ ହତ୍ୟା କରିବ
ମିଛ କଥା କେତେ କହିବ
ଅମଣିଷ ହୋଇ
ମାରିବ, ହାଣିବ
କହିଲେ କହିଲା କହିବ
