STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କହିଲେ କହିବ କହିଲା

କହିଲେ କହିବ କହିଲା

1 min
267

ପର ଆପଣାର ହୀନ ଭାବନାରେ

ମରି ମରି ଦିନ ଗଲା

ପାପୀ ଲୋଭୀ ହୋଇ

ହିଂସା ଅପଵାଦେ

ଜୀବନ ବ୍ୟର୍ଥ ହୋଇଲା

ଜାତି ଧର୍ମ ନାମେ

ଭାଗ ଭଣ୍ଟl ହୋଇ

ହଣା କଟା ହୋଇ କେତେ ଜୀବନ ଗଲା

ମିଛ କଥା କହି ସତକୁ ଲୁଚାଇ

ଧଳା କୁ କରିଲା କଳା

ଦୋଷୀ ଅପରାଧୀ ମଉଜ କରିଲେ

ନିରୀହ ଫାଶୀ ପାଇଲା

ସବୁ ତ ଓଲଟା ହେଲା

ଯେତେ ମୁଣ୍ଡ ହାତ କଚାଡି ହେଲେ ବି

ବୃଥା ସିନା ସବୁ ହେଲା

ଶେଷରେ

କହିଲେ କହିବ କହିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract