କହିଦିଅ ଥରେ
କହିଦିଅ ଥରେ
ତୁମ କଥା ସାଥି ମନେ ପଡୁଅଛି
ଚାଲିଗଲ କାହୁଁ ଦୂରେ
ସେହ୍ନ ପ୍ରେମ ପ୍ରିତୀ ଆଜିବି ଖୋଜୁଛି
ପର କରି ଦେଲା ପରେ ।
ଭାଙ୍ଗି ଦେଇ ଗଲ ଅସୁମାରୀ ସ୍ବପ୍ନ
ମନେ ଆଶା ଥଲା ଯେତେ
କେଉଁ ଅପରାଧେ ଅଭିମାନ କଲ
ଜଣାଇଲ ନାହିଁ ମୋତେ ।
ଆଶା ଆକାକ୍ଷାଂର ମଝିରେ ଜୀବନ
ଗୁମୁରି ହେଉଛି ରୁନ୍ଧି
ହୃଦୟର ଭାଣ୍ଡ କରି ଖଣ୍ଡ ଖଣ୍ଡ
ମୃତ୍ଯୁ ଫାଶେ ଦେଲ ଛନ୍ଦି ।
କିପାଇଁ ଯେ ଏତେ ହୋଇଲ ପାସାଣ
କିବା ଅଭିନୟ ସେହି
କହିଦିଅ ଥରେ ତୁମେ ମୋର ପ୍ରିୟ
ମୁଁ ତୁମର ପ୍ରାଣ ସହି ।
