STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କହିବି କଥାଟି

କହିବି କଥାଟି

1 min
354

ଆଜିକାଲି ପ୍ରଶ୍ନ ମାନଙ୍କଠାରୁ

ଉତ୍ତରମାନେ ବେଶୀ ଘୃଣା ଲାଗନ୍ତି

ନିଜ ଲୋକ ଯେବେ

ଅଚିହ୍ନl ହୁଅନ୍ତି

ଅଦିନିଆ ଝଡ଼ରେ

ଛାତିରେ ଦିଅନ୍ତି ବେଦରଦୀ ଦରଜ

ବଞ୍ଚି କି ପାରିବ

ମରି ମରି

ଆଉ ପୁଣି

ଭିଜି ଭିଜି ଅମାନିଆ ଲୁହରେ

ମାଗନ୍ତି ନିଜର ହେବାର କୈଫିୟତ

ପଚାରନ୍ତି ମମତାର ଦାମ

ସେମାନେ କାଳେ କିଣିବେ

କାଗଜ ପଇସା ଦେଇ

ଭାଗବଣ୍ଟା ହେବ

ଦେହର ରକତ

ସ୍ୱାର୍ଥ ଲାଗି

ଭୁଶୁଡି ଯିବ ସୁନାର ସଂସାର

ଭାଙ୍ଗିବ ସୁନା ସପନ

ଜିଇଁ କି ପାରିବ

ଜୀଵନ

ହୋଇ କି ଏକାକୀ

ଅଣନିଶ୍ୱାସୀ ହୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract