କହିବାର ଥିଲା ଯାହା-୮
କହିବାର ଥିଲା ଯାହା-୮
ଧୂଳିଖେଳ ବେଳେ
ସଞ୍ଜ ହୋଇଗଲେ
ପିତାଶୁଣି ଚିରୁଗୁଣି
ଆସନ୍ତିନି କେହି
ମିଛ କଥା କହୁଥିଲା ଆଈ।
ଖରାବେଳେ
ନ ଶୋଇଲେ
ଜଗୁଆ ପାଗଳ
କରେ ହଟ୍ଟଗୋଳ
ମିଛେ ମୁହଁ ମାଡ଼ି ଶୋଇବାର।
ବରଷା ଝଡିରେ
ବିଜୁଳି ଚମକ
ହେଲେ ଝକ୍ ଝକ୍
ବାଜେ ନାହିଁ ଇନ୍ଦ୍ର ରାଜା
ବାହାଘରେ ଘଡଘଡି ବାଜା ।
ତୁ ବର ମୁଁ କନିଆଁ
ଷଢେଇରେ ଭାତ
ଡାଲି ବଢା ହୁଏ
ମିଛ ର ସଂସାର ଏ ହୁଏ
ସତର ସଂସାର କଣ ଥାଏ ।
କହିବାର ଥିଲା
ଅକୁହା ରହିଲା
ଅଧୁରା ଲାଗୁଛି ପିଲାଦିନ
ଫେରିବକି! ସେହି ସବୁ ଦିନ ।
