STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କହିବାର ଅଛି ଯଦି

କହିବାର ଅଛି ଯଦି

1 min
240

    

କହିବାର ଅଛି ଯଦି 

କଥା ପଦେ କହି ଦିଅ 

ହୃଦୟକୁ ଯିବ ଛୁଇଁ, 

ଏମିତି ତ ତୁମର ଦୁଃଖ ମୁଁ 

କି ମୋର ଦୁଃଖ ତୁମେ 

ପାରିବାନି କରି ଦୂର 

ତଥାପି ବାଣ୍ଟି ପାରିବା ତ ଟିକିଏ, 

ଏଇ ତ ଆତ୍ମୀୟତାର ପରିଚୟ 

ଆମ ନିବିଡତାର 

ଏକ ଅଛିଡା ବନ୍ଧନଟିଏ। 


କହିବାର ଅଛି ଯଦି 

ହସି ପଦେ କହି ଦିଅ 

ଭଲ ଲାଗିବ ଯେମିତି,

ମନ ବୁଝି ଯିବ 

ଭାବିବ ଜଣେ କିଏ 

ଅଛି ମୋ ଆପଣାର 

ତୁମ ଯିବା ବାଟରେ 

କି ମୋ ଯିବା ବାଟରେ 

ଆମେ କେହି କେବେ କାହାକୁ 

ପାରିବାନି ରୋକି

ତଥାପି ଏଇ ମୁହୂର୍ତ୍ତଟିଏର ଦେଖାକୁ 

ସ୍ମୃତି କରି ପାରିବା ତ ସାଇତି। 


କହିବାର ଅଛି ଯଦି 

ନରମ କଅଁଳ ବିନୟରେ 

କହି ଯାଅ ପଦେ

ଅଳପରୁ ବି ବାରି ହୁଏ 

ଭଲ ପାଇବାର ଗଭୀରତା 

ଅଛି କେତେ ? 


ଅନ୍ତର ଭିତରର ଭାବ ଭାବନା 

ଦେଖି କି ଦେଖାଇ ପାରିବାନି ସତ 

ହେଲେ ମନଟା ମନକୁ 

ଟାଣି ନିଏ ଯଦି

ଜଣା ପଡେ ତାର ଶକ୍ତି ସେତେ ?


ଆସ ବଂଧୁ ଖୋଲା ମନ 

ଉଦାର ହୃଦୟ ନେଇ, 

ପରସ୍ପରଠାରୁ ଦୂରେ ଯିବା ଆଗରୁ 

ମଧୁର ଭାଷାରେ କଥା ଦି ପଦ 

କରିବା ଆମେ ଯେତେ। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational