କହିବାକୁ ମନା !
କହିବାକୁ ମନା !
ସମାଜ ଆଗରେ କହିବନି କେବେ ଅଭାବରେ ଅଛି ବୋଲି ।
ପଡୋଶି ଆଗରେ କହିବନି କେବେ ଘରର ଗୁମର ଖୋଲି ॥
କେତେ ଧନ ବଳ ଅଛି ତୁମ ପାଖେ ବନ୍ଧୁଙ୍କୁ ଜଣାଅ ନାହିଁ ।
ଶତ୍ରୁ ଆଗେ କେବେ କହିବନି ଆଉ ମୋ ଘରେ ଏକତା ନାହିଁ ॥
କେତେ ଧନ ସଞ୍ଚି ରଖୁଛି ତା ପାଇଁ ସେ କଥା ନ ଜାଣୁ ପୁଅ ।
କେତେ ରୁଣ ବୋଝ ଲଦା ତୁମ ମୁଣ୍ଡେ ସେ କଥା ବୁଝେନା ଝିଅ ।।
ମାଆ ଆଗେ କେବେ ଖୋଲି କହିବନି ସ୍ତ୍ରୀର ଦୂର୍ଗୁଣ କଥା ।
ବାପା ଆଗେ କେବେ କହିବନି ବନ୍ଧୁ ନିଜ ପରାଜୟ ବ୍ୟଥ ॥
ମୋତେ ବେଶି ଭଲ ପାଉଛନ୍ତି ବାପା କହିବନି ଭାଇ ଆଗେ ।
ଏଇଟା କିଣିଲି ସେଇଟା କିଣିଲି ଶୁଣିଲେ ଭଉଣୀ ମାଗେ ॥
ଶଶୁର ଆଗରେ କହିବନି କେବେ ଟଙ୍କା ଟେ ଉଧାର ଦିଅ ।
ସାଙ୍ଗ ଆଗେ କେବେ କହିବନି ସ୍ତ୍ରୀ ଭାରି ମିଶାଣିଆ ଝିଅ ||
ତୋ ଠାରୁ ସୁନ୍ଦରୀ ଘରଣୀ ମୋହରି କହିବନି ଶାଳି ଆଗେ ।
ସ୍ତ୍ରୀ କୁ ନ କୁହ ସୀତା,ମିତା,ଗୀତା, ପଢ଼ୁଥିଲେ ମୋର ସାଙ୍ଗେ |
