କହିବାକୁ ଭାବି ଥିଲି
କହିବାକୁ ଭାବି ଥିଲି
କେତେ କଥା କେତେ ବ୍ୟଥା ରହିଗଲା
କହିବାକୁ ଭାବି ଥିଲି
ହେଲେ କେବେ କିଛି କହି ମୁଁ ପାରିନି
କଳହ ଭାବିବ ବୋଲି ।
ତୁଣ୍ଡରୁ ଖସିଲେ ଆହତ ଆଳାପ
ଆଘାତ ଆଘାତ ଲାଗେ
ବେଦନା କୁ ବାନ୍ଧି ବନ୍ଦନା ଦେବାକୁ
ଅଧରକୁ କହିଥିଲି ।
ଅଧିକ ନରମ ହୃଦୟ ଟା ବୋଲି
ପାପୁଲିରେ ଚାପି ଧରି
ମନର ଚିତ୍କାର ହୋଇନି ମୁଖର
ବୁଝେଇ କହିଛି ବୋଲି ।
ଟୋପେ ଟୋପେ ପାଣି ଏବେ ବି ଝରୁଛି
କଳସି କଣା ଆଦେଖା
ବାଲି କୁଢ଼େଇ ମୁଁ ମାଠିଆ ରଖିଛି
ଶୁଖିଲା ଦିଶିବ ବୋଲି ।
ନଜାଣିଲା ପରି ଦେଖୁଥାଅ ତୁମେ
ଜାଣିନି ବୋଲି ଭାବୁଥା
ଏ ଯାବତ ନିଜେ ଅଜଣା ଦିଶୁଛି
ସବୁ ମୁଁ ଜାଣିଛି ବୋଲି ।
ହେଲେ କେତେ ଦିନ ଏମିତି ରହିବ
ମେଘୁଆ ମେଘୁଆ ପାଗ
ଯଦି ବରଷିବ କହିବ ନାହିଁ ଟି
ଅଦିନିଆଁ ମେଘ ବୋଲି।
ହେଲେ କେବେ କିଛି କହି ମୁଁ ପାରିନି
କଳହ ଭାବିବ ବୋଲି ।
