କହଇ ମନଆରେ ମୋ ବୋଲକର -୨
କହଇ ମନଆରେ ମୋ ବୋଲକର -୨
ଜନ୍ମ ହୋଇଲେ ପ୍ରାଣୀ ଅବଶ୍ୟ ମରେ,
ଜୀବିତ କେହି ନାହିଁ ଏହି ସଂସାରେ ।
ଜନମ ସାର୍ଥକ ତୁ କରିବୁ ଯେବେ,
ଜଗତନାଥ ପାଦେ ଭଜ ତୁ ଏବେ ।।୮।।
ଝଡ ଝଞ୍ଜାରେ କାହିଁ କାଟୁଛୁ ଦିନ,
ଝଡ ବହିବା ଆଗୁଁ ଦିଅତୁ ଧ୍ୟାନ ।
ଝଡ ମାଡି ଆସୁଛି ଦେଖ ଦୁର୍ଦ୍ଦିନ ,
ଝଡି ପଡ଼ିବୁ ଦିନେ ପତ୍ର ପ୍ରାୟେଣ ।।୯।।
ନାରୀ ମୋହରେ କାହିଁ ଘାଣ୍ଟି ହେଉଛୁ,
ନର୍କ ପଥକୁ କାହିଁ ବାଟ ବାଛିଛୁ ।
ନାଶ ଗଲେଣି ସର୍ବେ ପଡି ମୋହରେ,
ନାମକୁ ଆଶ୍ରେ କଲେ ତରିବୁ ଭବୁରେ ।।୧୦।।
ଟେକ ପଣକୁ ମନ ବହୁ ସର୍ବଦା ,
ଟେକ ପଣରେ କ୍ଷତି ହୁଅଇ ସଦା ।
ଟେକ ପଣରେ ଧ୍ଵଂସ ବିଶ୍ରବା ବଂଶ,
ଟେକିଦିଅ ତୁ ମନ ଶ୍ରୀହରି ପାଶ ।।୧୧।।
ଠିକଣା ଖୋଜିବାକୁ ନ ଚାହୁଁ କାହିଁ,
ଠକି ତୁ ଚାଲୁ ନିଜେ ନିଜର ପାଇଁ।
ସତ୍ୟ ପଥରେ ଗଲେ ଠକିବୁ ନାହିଁ,
ଠିକେ ଗଲେ ଠିକଣା ପାଇବୁ ତୁହି ।।୧୨।।
ଡାକୁଛି ହାତଠାରି ତୋତେ ଶମନ,
ଡରାଇ ବାନ୍ଧି ନେବ କାଳ ଫାସେଣ ।
ଡରୁଛୁ ଯେବେ ତୁହି ଯମ ଦଣ୍ଡକୁ,
ଡାକ ବେଳ ଥାଉଣ ନନ୍ଦସୁତକୁ ।।୧୩।।
କ୍ରମଶଃ . . .
