STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କହି କି ପାରିବ?

କହି କି ପାରିବ?

1 min
383

ସତ କହି ନ୍ୟାୟ ବାଟରେ ଚାଲିଲେ

ଯଦି ଜୟ ହୁଏ ସତ୍ୟବାଦୀର

କହି କି ପାରିବ ମିଛୁଆ କାହିଁକି

ଅସତ୍ୟ ଅଧର୍ମେ ବୁଲେ ସହର


ଅହିଂସାର ପଥେ ଜୀବନ ଜିଇଁଲେ

ଯଦି ସୁଖ ଶାନ୍ତି ଜୀବନେ ଆସେ

କହି କି ପାରିବ ବିନା ଅପରାଧେ

ନିରୀହ ମଣିଷ ଝୁଲଇ ଫାଶେ


ଧର୍ମ କଥା ଧର୍ମ ପ୍ରବଚନ ଶୁଣି

ଯଦି ଆସେ ମନେ ପବିତ୍ର କଥା

ଏତେ ବଲାତ୍କାରୀ, କାହିଁକି ସମାଜେ

ଚିନ୍ତା କଲେ ମୋର ଘୁରଇ ମଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract