STORYMIRROR

Sachidananda Kar

Children

3  

Sachidananda Kar

Children

ଖେଳିଖେଳିଯାଏ

ଖେଳିଖେଳିଯାଏ

1 min
218



ଖେଳିଖେଳିଯାଏ କଅଁଳ କିରଣ

ପୂରୁବେ ସୂରୁଜ ଉଠିଲେ

ଚଉଦିଗେ ବାସ ଛୁଟିଛୁଟିଯାଏ

ଗଛ ଡାଳେ ଫୁଲ ଫୁଟିଲେ ।।


ଝରିଝରିଯାଏ ଆକାଶୁ ବରଷା

ଧରାକୁ ଆଷାଢ଼ ଆସିଲେ

ପାଣିର ସୁଅରେ ନାଚିନାଚିଯାଏ

କାଗଜ ନାଆଟି ଭାସିଲେ ।।


ସରିସରିଯାଏ ସାଇତା ଧନଟି

ବସିବସି ନିତି ଖାଇଲେ

ସବୁରି ମନକୁ ଛୁଇଁଛୁଇଁଯାଏ

ଭଲ ଗୀତଟିଏ ଗାଇଲେ ।।


ଭାସିଭାସିଯାଏ ଆକାଶେ ବଉଦ

ବେଗେବେଗେ ବାଆ ବହିଲେ

ମରମରେ ନିଆଁ ଲାଗିଲାଗିଯାଏ

କଟୁ କଥା କେହି କହିଲେ ।।


ଲେଖିଲେଖିଯାଏ ଝରକଲମଟି

ତା' ପେଟରେ କାଳି ଭରିଲେ

କାମଟି ଅଧାରୁ ରହିରହିଯାଏ

କରିବା ପାଇଁକି ଡରିଲେ ।।


ଛାଡିଛାଡିଯାଏ ମାଟି ଧୂଳି ମଳି

ସାବୁନରେ ହାତ ଧୋଇଲେ

ନିଦଟି ଆଖିକୁ ଆସିଆସିଯାଏ

ଖାଇପିଇ ଶେଜେ ଶୋଇଲେ ।।


ଗଡିଗଡିଯାଏ ଚକଲଗା ଗାଡି

ଦଉଡି ଲଗାଇ ଟାଣିଲେ

ମନେରଖ ବୋଧ ବଢିବଢିଯାଏ

ପଢିପଢି ସବୁ ଜାଣିଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children