STORYMIRROR

Gunanidhi Samal

Romance

3  

Gunanidhi Samal

Romance

ଖେଳିବି ପ୍ରୀତିର ହୁରି

ଖେଳିବି ପ୍ରୀତିର ହୁରି

1 min
226

ସ୍ମୃତି ସିଏ ମୋର ଅଜଣା ସହର

ରଙ୍ଗୀନ ଆଲୋକ ମାଳା

ପହିଲି ଦେଖାରେ କିଣି ନେଇଥିଲା

ମୋତେ'ସେ ସୁନ୍ଦରୀ ବାଳା।

ତାର ମିଠା କଥା ମନଖୋଲା ହସ

ଏବେବି ପାରୁନି ଭୁଲି

କେଜାଣି କାହିଁକି ମୋତେ ଦେଖିସିଏ

ଚାହୁଁଥିଲା ବୁଲିବୁଲି ।

ଆଖିରେ ତାହାର ଆଖି ମିଶିଗଲା

ମନରେ ମିଶିଲା ମନ

କେମିତି କହିବି କି' ସୁନ୍ଦର ଥିଲା

ଆହା'ସେ ହଜିଲା ଦିନ।

କଥା ଦେଇଗଲା ଅଗଣାରେ ମୋର

ଜାଳିବାକୁ ସଞ୍ଜବତୀ

ଅପେକ୍ଷାରେ କେତେ ଦିନ ଚାଲିଗଲା

ପାହିଗଲା କେତେ ରାତି।

ଏବେ'ବି ଚାହିଁଛି ତା' ଫେରିବା ପଥ

କାଳେ ସେ 'ଆସିବ ଫେରି

ଏଇ ଫଗୁଣରେ ତାହାରି ସାଥୀରେ

ଖେଳିବି ପ୍ରୀତିର ହୁରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance