STORYMIRROR

Akshayakumar Dash

Action Classics Others

4  

Akshayakumar Dash

Action Classics Others

ଖେଳ

ଖେଳ

1 min
289

ଶିଶୁର ହାତପାପୁଲିରେ

 ମାଆ 

ବାଢ଼ିଦିଏ ଭାତ

ଡାଲି ଦେଉ, କାଣି ଆଙ୍ଗୁଳିଟେ ନଇଁ

 ତରକାରୀ ଦେଉଁ ବିଶି ବନ୍ଦ

ଶାଗ, ଭଜା, ଦେଉ 

ଗୋଟେ ଗୋଟେ ଆଙ୍ଗୁଳି

ଧିରେ ଧିରେ କାଖ ପାଖୁ ନେଇ

କୁତୁରୁ କାଳିଆଦିଏ।

ଶିଶୁଟି ପୁଣି ହାତ ଦେଖେଇ ଦିଏ

ମଣିଷର ଆଚରଣ

ପୋଖତ ଖେଳାଳି ପାଇଁ 

ରାଜନୀତିରେ ଖେଳ

ବ୍ୟବସାୟରେ ଖେଳ

ସରକାରୀ ଚାକିରୀରେ

ଖେଳ ଖେଳି ଜିତିବାକୁ ଯାଏ

ବିପୁଳ ଅର୍ଥ,

ତଥାପି ଭୋକ ମେଣ୍ଟେନି ।

 ଖେଳ ସରେନି

ଜୀବନର ଖେଳରେ

କେତେଥର ଜିତେ

କେତେଥର ହାରେ

 ହାରିବା ଜିତିବା ଭିତରେ

ଭଲ ଖେଳାଳି ହୋଇଯାଏ

କାହିକିଁ କେମିତି

ଖେଳିବାରେ ତାର ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action