ଖେଳ
ଖେଳ
ଖେଳ ଅଟଇ ଉତ୍ତମ ବ୍ୟାୟାମ
ଶରୀର ବିକାଶ ପାଇଁ,
ଶରୀର ସହିତ ମନର ଦକ୍ଷତା
ତାହା ଯୋଗୁଁ ବଢିଥାଇ ।
ପିଲାଟି ଦିନରୁ ଖେଳିବା ଅଭ୍ୟାସ
ରଖିଥିଲେ ସ୍କୁଲ ସ୍ତରେ,
ବଡ଼ ହୋଇ ଦିନେ ଦେଶ ବିଦେଶରେ
ଯାଇ ପିଲା ଖେଳିପାରେ l
ଖେଳ ଦ୍ୱାରା ବଢେ ସ୍ନେହ ସୋହାର୍ଦ୍ଦ
ପରସ୍ପର ବୁଝାମଣା,
ଦେଶ ଦେଶ ମଧ୍ୟେ ସମ୍ପର୍କ ବଢ଼ଇ
ମିଶି ଖେଳିବାରୁ ସିନା l
ମନୋରଞ୍ଜନ ଓ ଶରୀର ବ୍ୟାୟାମ
ଉଭୟ ଖେଳ ର ଯୋଗୁଁ,
ରକ୍ତ ସଞ୍ଚାଳନଦ୍ରୁତ ହେବା ଦ୍ୱାରା
ନିରୋଗ ଜୀବନ ଭୋଗୁ l
ହକି ଖେଳ ଅଟେ ଆମ ଭାରତର
ଜାତୀୟ ଖେଳରେ ଗଣା
ଧ୍ୟାନଚାନ୍ଦ ଆଦି ଏହି ଖେଳ ଖେଳି
ଜଗତେ ହୋଇଲେ ଚିହ୍ନା l
ଫୁଟବଲ, ଭଲି କ୍ରିକେଟଓ ହକି
ବ୍ୟାଡ଼ମିଣ୍ଟନ ଆଦି ଖେଳ,
ଦେଶ ବିଦେଶରେ ଖେଳିଥାନ୍ତି ଯାଇ
ଆମ ଭାରତୀୟ ଦଳ l
ଚେସ ଖେଳ ମଧ୍ୟ ଖେଳାଯାଇ ଥାଏ
ବସି ଗୃହ ଅଭ୍ୟନ୍ତରେ,
ବିଶ୍ଵନାଥ ଆନନ୍ଦ ନାମଟି ପ୍ରସିଦ୍ଧ
ଦେଶ ଆଉ ବିଦେଶରେ l
ଖେଳାଳିଙ୍କୁସଦା ପ୍ରୋତ୍ସାହନ ଦେଇ
ସୁବିଧା ସୁଯୋଗ ଦେଲେ,
ଦେଶ ପାଇଁ ହେବେ ଗୌରବବର୍ଦ୍ଧକ
ନିଶ୍ଚିତ ସେ କାଳେ କାଳେ l
