STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ଖେଳ

ଖେଳ

1 min
12.3K

ଆମେ ବଡ ହୋଇଯାଇଛେ 

ପ୍ରକୃତି ସହ ଖେଳୁ ଖେଳୁ 

ଖୁବ୍ ବଡ ବୋଧେ

ସେଥିପାଇଁ ବୋଧେ ଆମେ ଖେଳୁଛେ 

ପ୍ରକୃତି ମାଆ କୁ ନେଇ


ଆସ ସେ ଖେଳ ରୁ ବିରତ ହେବା 

ଯେଉଁ ଖେଳ ବି ଆମେ ଖେଳୁଛେ  

ପ୍ରକୃତି ସହ ,ଆମ ପରିବେଶ ସହ 

ପାରମ୍ପରିକ ଭାବେ ନିଜ ମାଟି ସହ 

ସେଥିରୁ ନିଜକୁ ସୁଧାରି ନେବା 


କେଇଟା ମୁହୂର୍ତ କଷ୍ଟ ହେବ ତ ନିଶ୍ଚୟ

କିନ୍ତୁ ଆମେ ଜଣେ ଭଲ ମଣିଷ ହେବା 

ସଂବାଳୁଆ ରୁ ପ୍ରଜାପତି ର ଦିଗରେ 

ମାନବ ରୁ ଦେବତ୍ୱ ର ଦିଗରେ 

ଆମେ ଆଗେଇଯିବା


ଖେଳ ତ ସମସ୍ତେ ଖେଳନ୍ତି

କିନ୍ତୁ ଅନ୍ୟମାନଙ୍କ ସହ 

ନିଜ ସହ କେବଳ ଜିତିବାର ଖେଳ 

ସ୍ୱାର୍ଥପର ଭାବେ ଜିତିବାର ମୋହ 

ଖେଳୁଆଡ୍ ଭାବେ ନିଜକୁ ଦେଖେଇବା ପାଇଁ 


କିନ୍ତୁ ଆମେ ଖେଳିବାନି କାହା ସହ 

ଯଦି ବା ଖେଳିବା ପାଇଁ ଇଚ୍ଛା ହୁଏ 

ତେବେ ଶିଶୁ ଟେ ପାଲଟି ଯିବା 

ଆଉ ଖେଳିବା ଏଇ ସୁନ୍ଦର ପ୍ରକୃତି ସହ 

ଟିକିଟିକି ଫୁଲ ,ପ୍ରଜାପତି ସହ 

ପ୍ରକୃତି କୁ ନେଇ ନୁହେଁ

ପ୍ରକୃତି ର କ୍ଷତି କରି ନୁହେଁ 

ପ୍ରକୃତି ର ବି ପ୍ରାଣ ଅଛି

 ଏହା ଭୁଲିଯିବା ଠିକ୍ ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract