STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ଖାଲି ଟିକେ ହସିବା ପାଇଁ ତ

ଖାଲି ଟିକେ ହସିବା ପାଇଁ ତ

1 min
376

ଜିଇଁବା ବି ଭୁଲିଗଲି

ଆଉ ବଞ୍ଚିଲି ମରିମରି

ଦୁଃଖର ସାଗରେ ସୁଖ ଖୋଜି ଖୋଜି

ହଜାଇଲି ଜୀବନର ମୂଲ୍ୟ

ହେଲି ପାପୀ, ଅପରାଧୀ

ଠକ ଆଉ ଲମ୍ପଟ, ହତ୍ୟାକାରୀ ବି

ପାସୋରିଦେଲି ମଣିଷପଣିଆ ମଣିଷ ହୋଇ

ହେଲି ପଶୁ

ବେଦରଦୀ ହେଇ ଆଘାତ ଦେଲି କେତେ ଯେ ନିରୀହ ହୃଦୟ

ହେଲି ମାନବଦେହେ ଦାନବ ଅସୁର

ସ୍ୱାର୍ଥଲୋଭେ ଭାଙ୍ଗିଲି ସଭିଙ୍କ ସପନ

ଉଣାକଲି ମନ ମାରିଲି ଜୀବନ

ସାଜିଲି ନର ପିଶାଚ

ନିଜ ସପନକୁ ପୁରା କରିବାକୁଯାଇ ତ

ସବୁଖାଲି

ଟିକେ ହସିବାପାଇଁ ତ

ଟିକେ ହସିବା ପାଇଁ ତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract