STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଖାଲି ଟିକେ ଭଲ ହେବା ପାଇଁ

ଖାଲି ଟିକେ ଭଲ ହେବା ପାଇଁ

1 min
97

ସତ୍ୟକୁ ଜାଣିଶୁଣି

ସାତପର କଲି

ଅଦିନେ ସାଜିଲି ବିଶ୍ଵାସଘାତକ

ଶହେ ମିଛକୁ କଲି

ସୁଖ ଦୁଃଖର ବାନ୍ଧବ

ସ୍ୱାର୍ଥକୁ

କଲି ପୁଣି ଜୀବନସାଥି

ନିଃସର୍ତ୍ତରେ

ବିବେକକୁ ହତ୍ୟାକରି

ନିରୀହ ପ୍ରାଣକୁ ଦେଇଦେଲି ବଳି

ସୁନା ମନକୁ

ଚୂନା କରି

ଭାଙ୍ଗିଲି ହଜାରେ ସପନ

ନିଜର ଦୁନିଆ ବନାଇବାକୁ ଯାଇ

ମାନବ ରୁ ହେଲି ପୁଣି ଦାନଵ

ଛଳନାର ମୁଖା ପିନ୍ଧି

ଭାଙ୍ଗିଲି କେତେ ହୃଦୟ

ହାରିଲି ନିଜଠୁ

ସଭିଙ୍କୁ ହରାଇ ଆଉ ଜିତିବାକୁ ଯାଇ

ଖାଲି ଟିକେ ଭଲ ହେବା ପାଇଁ

ହଁ

ଖାଲି ଟିକେ ଭଲ ହେବା ପାଇଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract