STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ଖାଦ୍ୟ

ଖାଦ୍ୟ

1 min
386

ଏମିତିକା ଏକ ଉପାଦାନ ଖାଦ୍ୟ

ତା ବିନା ଜୀବ ଜଗତ

ବଞ୍ଚିବା ଦୁର୍ବିସହ ଏ ସଂସାରେ

ତାହାର ନାହିଁ ବିକଳ୍ପ 


ଖାଦ୍ୟ ପାଇଁ ଏହି ଜଗତ ଜୀବନ୍ତ

ତରୁ,ଲତା, ପଶୁ,ପକ୍ଷୀ

ଖାଦ୍ୟେ ପ୍ରାଣବନ୍ତ ପୁରୁଷ ପୈାରୁଷ

ମଣିଷ ଜୀବନ ଏଠି 


ସୁଷମ ଖାଦ୍ୟ ରେ ଉତ୍ତମ ସମାଜ

ବୈ।ଦ୍ଧିକ ଜ୍ଞାନର ଉତ୍ସ

ପ୍ରତିଭାତେ ଶାନ୍ତି, ମୈତ୍ରୀୟ ଭାବ

ଜୀବନକୁ କରେ ସ୍ଵତ୍ସ 


ପାପାର୍ଣ୍ଣ ଭୋଜନେ ପାପ ଚିନ୍ତନ

ହେଉ ଯେତେ ଶ୍ରେଷ୍ଠ ଜନ

ମହାଭାରତରେ ଭୀଷ୍ମ,ଦ୍ରୋଣ,କୃପ

ଦିଅନ୍ତି ତାର ପ୍ରମାଣ 


ଖାଦ୍ୟ ଖାଇ ବୃକ୍ଷ ଫୁଲ ଫଳ ପତ୍ରେ

ପଲ୍ଲବୀତ ହୋଇ ହସେ

ନୀରସ ଭୂଇଁ ରେ ଦୁବ ନକଅଁଳେ

ମରୁଭୂମି ସମ ଦିଶେ 


ଖାଦ୍ୟ,ଗୃହ,ବସ୍ତ୍ର ମାନବ ଜାତିର

ଅତ୍ୟାବଶ୍ୟକ ପଦାର୍ଥ

ତନ୍ମଧ୍ୟରେ ଖାଦ୍ୟ ନିର୍ବାହ କରଇ

ପ୍ରଧାନ ଜୀବନ ତତ୍ଵ


ଖାଦ୍ୟାଭାବେ ପରା ନଅଙ୍କ ଦୁର୍ଭିକ୍ଷ

ସମାଜ ଭୋଗିଛି ଦିନେ

କୋଣେ ଅନୁକୋଣେ ଧରଣୀ ସହିଛି

ଦୁର୍ଭିକ୍ଷ ଖାଦ୍ୟ ବିହୁନେ


ପର ଆପଣା ର ସଂପର୍କ ର ସେତୁ

ସ୍ନେହ,ପ୍ରେମ, ପ୍ରୀତି ଭାବ

ନିୟନ୍ତ୍ରଣେ ଖାଦ୍ୟ ସମୃଦ୍ଧ କରଇ

ପରଷ୍ପର ର ସଦ୍ଭାବ


ଅର୍ଣ୍ଣ ବିହୁନେ ହଂସ ହାନୀ ମାନେ

ପ୍ରାଣବୟୁ ଉଡି ଯାଏ

ଶ୍ରୀମନ୍ଦିରେ ଭୋଗ ଷାଠିଏ ପଉଟି

ନିତି ନିତି ଲାଗି ହୁଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract