STORYMIRROR

Chittaranjan Lenka

Romance Abstract Others

2  

Chittaranjan Lenka

Romance Abstract Others

କହ କେମିତି???

କହ କେମିତି???

1 min
14.1K


ନୁହଁ ତୁହି ମୋର     ବନ୍ଧୁ କି ବାନ୍ଧବ

ଅବା ପାଠ ପଢା ସାଥି

ତୋର ମୋର ମଧ୍ୟେ     ଅତୁଟ ସମ୍ପର୍କ

ହୋଇଲା କହ କେମିତି ???


ତୁ ମୋତେ ଦେଖିନୁ  ମୁଁ ତୋତେ ଦେଖିନି

ତଥାପି ଭାବ ଏମିତି

ତୋର ମୋର ମଧ୍ୟେ    କ୍ଷୀର ନୀର ଭାବ

ଆସିଲା କହ କେମିତି ???


ତୋ ଦୁଃଖ ଶୁଣିଲେ     କାହିଁକି କେଜାଣି

କୋରି ହୁଏ ମୋର ଛାତି

ଏମିତି ଯନ୍ତ୍ରଣା   ଦେଖାଇ ହୁଏନା

ବୁଝିବୁ କହ କେମିତି ???


ଯିଏ ଯୋଡିଦେଲା    ଏ ଦିବ୍ୟ ବନ୍ଧନ

ତାକୁ ମୁଁ ଝୁରଇ ନିତି

ଅଦୃଶ୍ୟ ଭାବରେ    ରହିଅଛି ସିଏ

ଜାଣିବୁ କହ କେମିତି ???



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance