STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

କେଉଁ ଡାକ ତୋର କହରେ ଠାକୁର

କେଉଁ ଡାକ ତୋର କହରେ ଠାକୁର

1 min
26.5K


କେଉଁ ଡାକ ତୋର କହରେ କାଳିଆ

ହୃଦୟ ଦେଇ ତୁ ଶୁଣୁ

ସେହି ଡାକ ମୋର ମୁଖେ ମୁଁ ରଖିବି

ପାଉଥିବି ଭାବ ରେଣୁ


ଦିନ ପରେ ଦିନ ବିତିଯାଏ ମୋର

ତୋ କୃପା କରୁଣା ପାଇଁ

ମୁଁ ଛାର ଅଧମ ଭାବୁଛୁ ତୁ ଯଦି

ନେଇଯାଅ ପ୍ରାଣ ବହି


କହରେ କାଳିଆ କହିଦେ ମୋତେ ତୁ

କେମିତି ହେବି ମୁଁ ଠିଆ

ତୋ ଭକ୍ତ ତୋଠାରେ କେଉଁ ଭାବେ ଡାକେ

କହି ହୁଅ ମୋତେ ସାହା


ମୁଁ ସିନା ଅଧିର ଅସ୍ଥିର ଅଜିର

ତୋ ଭକ୍ତ ତୋ ହୃଦ ଗିର

ସେଭକ୍ତ କରିଦେ ଶରଣ ପଞ୍ଜର

ଦେଉଥିବି ସେବା ମୋର


କରୁଥିବି ସେବା ପାଇବାକୁ ତୋତେ

ଯିବି ବୋଲି କେଉଁ ପଥେ

ଜଗତ କଷଣ ସହି ବଞ୍ଚୁଥିବି

ଆସୁ ପଛେ ଅଶ୍ରୁ ଯେତେ

🙏ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational