Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy Fantasy

4  

Bijay Prusty

Tragedy Fantasy

କେତେକଥା କହିବାର ଥିଲା

କେତେକଥା କହିବାର ଥିଲା

1 min
352



କହିବାକୁ ଥିଲା କେତେକଥା ସଖୀ

ସବୁ ରହିଗଲା ଅଧା

ଦେଖି ହେଲାନାହିଁ ଅଦେଖା ସପନ

କପାଳକୁ ଦେଲି ନିନ୍ଦା ।


ଲୋଡୁନାହିଁ ଆଉ ଫୁଲର ସହର

ଲୋଡାନାହିଁ ଜହ୍ନରାତି

ଜଳନ୍ତା ସୂରୁଜ ରଡନିଆଁ ଢାଳି

ଜାଳିଦେଉ ମୋର ଛାତି ।


ଭଲପାଇବାର ରକ୍ତିମ ଆଭାରେ

ରଙ୍ଗୀନ ମୁଁ ଯେଉଁଦିନୁ

ନିର୍ମଳ ଆକାଶ ମଳୟ ପରଶ

ଭୁଲି ଯାଇଛି ମୁଁ ମନୁ ।


ସମୟ ଖେଳୁଛି ଲୁଚକାଳି ଖେଳ

ଆଖି ମୋ ଢାଳୁଛି ଲୁହ

ତୁମେ ଖୋଲିଦେଲ ସ୍ମୃତିର ପସରା

କାହିଁକି ଲୋ ସଖୀ କୁହ ।


ଖୋଲିଲନି ଯଦି ହୃଦୟ ଦରଜା

ଖୋଲିଲନି ତୁମ ମନ

ଲୋଡିବିନି ସଖୀ କେବେହେଲେ ଥରେ

ମୋ ପ୍ରେମର ପ୍ରତିଦାନ ।


ନଦେଲେ ଦିଅ ମନ ଖୋଲା ହସ

ହୃଦୟ ନିଗିଡା ପ୍ରେମ

ଆଖିରେ ମୋ ଦିଅ ଲୋତକ ବନ୍ୟା

ପୂର୍ଣ୍ଣହେଉ ମନସ୍କାମ ।


         


Rate this content
Log in

Similar oriya poem from Tragedy