STORYMIRROR

Prasanta Kumar Behera

Romance Inspirational Others

3  

Prasanta Kumar Behera

Romance Inspirational Others

କେତେ ଫରକ୍ ସତରେ .....

କେତେ ଫରକ୍ ସତରେ .....

1 min
224

କେତେ ଫରକ୍ ସତରେ

ସେଦିନ ଓ ଆଜିର ଭିତରେ

ସେତେବେଳେ ଅର୍ଥାତ୍ 

ଦୀର୍ଘ ପଞ୍ଚତିରିଶ ବର୍ଷ ତଳେ

ଯେତେବେଳେ ପଢୁଥିଲି 

ଏଇଠି ଏଇ କଲେଜରେ

ବସୁଥିଲେ ଏଇଠି ଏମିତି

ଅଳକାନଦୀର ବାଲୁକା ରାଶିକୁ ଚାହିଁ ଚାହିଁ

କେତେ ସମୟ ତା'ର ହିସାବ ନାହିଁ l


ହେଲେ ଆଜି ବସିଥିଲି 

ସେଇ ଵିଶ୍ୱ ବିଜୟୀ ବୀରଙ୍କ 

ସେଇ ପ୍ରତିମୂର୍ତ୍ତି ତଳେ 

ଠିକ୍ ସେଇ ଜାଗାରେ

ସାମ୍ନାରେ ମୃତ ଅଳକା ଅଛି 

କିନ୍ତୁ ସେଇ ବାଲୁକାରାଶିରେ

କାଇଁ ଫୁଟୁନାହିଁ ସେଇ ସବୁ କଥା

ଯାହା ଦେଖୁଥିଲି ସେତେବେଳେ

କଲେଜରେ ପଢିବା ବେଳେ

କେତେ ଫରକ୍ ସତରେ

ସେଦିନ ଓ ଆଜିର ଭିତରେ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance