STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

କେତେ ଆମେ କରିଛୁ ବିକାଶ

କେତେ ଆମେ କରିଛୁ ବିକାଶ

1 min
421


  ପେଟ ପାଇଁ ମରେ ମଣିଷ

  ଭାତ ପାଇଁ ମରେ ମଣିଷ

  ମେକ୍ ଇନ୍ ଇଣ୍ଡିଆ

  ଡିଜିଟାଲ୍ ଇଣ୍ଡିଆ ର

  ନାରା ଦିଏ ଆଜି ଆମ ଦେଶ

  ହେଲେ କୁହ କାହିଁ ହୋଇଛି ବିକାଶ ?


  ଗଣତନ୍ତ୍ର ରେ ଗଣ ହୁଏ ଆଜି ନିରାଶ

    ବିକାଶ ନାମରେ ମିଳେନାହିଁ ତାକୁ

    ସର୍ବ ନିମ୍ନ ଅଧିକାର 

   ଶିକ୍ଷା ସ୍ଵାସ୍ଥ୍ୟ ନାମେ

    ଏ ଦେଶେ ଚାଲେ ବେପାର

    ଏହି କ'ଣ ତେବେ

   ସବ୍କା ସାଥ ସବ୍କା ବିକାଶ ?


   ପୁଞ୍ଜିପତି ଏଠି ମାଲାମାଲ୍

    ଗରିବ ବାପୁଡା ପାଏନି ତେଲ୍

   ଚାଲିବ କହିଲେ ବୁଲେଟ୍ ରେଲ୍

    ନୋଟ୍ ବନ୍ଦୀ ଆଉ

   ଜିଏସ୍ଟି ଭାଟ୍ କାହିଁକି ସବୁ

    ହେଉଛି ଫେଲ୍

    ଜନତା ମୁଣ୍ଡ ଗୋଳମାଳ

   ହେଲେ ପୁଞ୍ଜିପତି ଉଦ୍ୟୋଗପତି

    ସମସ୍ତେ ହୁଅନ୍ତି ମାଲାମାଲ୍ ।


   ଖଟିଖିଆ ଏଠି ଖଟି ଖଟି ମରେ

    ଲୁଟିଖିଆ ତା ଶ୍ରମରେ ଅୟସ କରେ

    ନେତା ମନ୍ତ୍ରୀ ଏଠି ସାଜନ୍ତି

    ଶାସକ ଶୋଷକ

    ଆତ୍ମହତ୍ୟା କରେ ଏଠି

    ଶ୍ରମିକ କୃଷକ

   ଜୀବନ ଜୀବିକା ଏ ଦେଶେ ହାହାକାର

    ମିଛ ପ୍ରଗତିର ଛବି ଦେଖାଇ ନେତାଏ

     ବଢାନ୍ତି ଲୋକଙ୍କ ଋଣ ଭାର

   ନାହିଁ କୃଷି ନୀତି, ନାହିଁ ଶ୍ରମ ନୀତି

    ନାହିଁ ଶିକ୍ଷା ନାହିଁ ସ୍ଵାସ୍ଥ୍ୟ ନୀତି

     ଏ ସବୁରେ ଚାଲେ ବେପାର ।


   ଉଦ୍ୟୋଗପତି ପୁଞ୍ଜିପତି

    କିଣି ନେଲେ

   ଚତୁର୍ଥ ସ୍ତମ୍ଭ ଆମ ଏ ଦେଶର

   କଣ୍ଠରୁଦ୍ଧ କରିବାକୁ ଚତୁର୍ଥ ସ୍ତମ୍ଭ କୁ

     ଗଣମାଧ୍ୟମ କୁ କଲେ ଆଧାର

   କଣ୍ଠରୁଦ୍ଧ କରିବାକୁ ସତ୍ୟର

    ହେଲେ ସତ୍ୟନିଷ୍ଠ ସେହି

    ସତ୍ୟବାଦୀ ରବିଶ୍ କୁମାର

   ଇସ୍ତଫା ଦେଇ ସେହି

     ଦୂରଦର୍ଶନ ଚ୍ୟାନେଲ ରୁ

    ଦେଖାଇଲେ ନିଜ

     ସତ୍ୟ ନ୍ୟାୟ ପରାକାଷ୍ଠା ର ।


    ଖଟିଖିଆ ସାଥେ ରହିଛି ଯିଏ

    ଜୀବନର ମାନେ ବୁଝିଛି ଯିଏ

    ଲୁଟିଖିଆଙ୍କ ପକ୍ଷ ନେବନି ସିଏ

     ବୁଝିଛି ଯିଏ ନୀତି ଆଦର୍ଶ ର କଥା

      ଅର୍ଥ କ୍ଷମତା ତା ପାଇଁ ବୃଥା

    ବୁଝିଛି ଯିଏ ଗରିବର ଦୁଃଖ

     ବୁଝିଛି ଯେ ପେଟର ଭୋକ

      ହୋଇ ନ ପାରିବ ସେ ଅମଣିଷ

    ଯେ ଭଲ ପାଇଛି ମଣିଷ ଜାତିକୁ

    ଯେ ଭଲ ପାଏ ମା ମାଟି କୁ

     ବୁଝି ଅଛି ଯେ ମଣିଷ

    ଯେ ବୁଝିଛି

     ପେଟ ପାଇଁ ମରେ ମଣିଷ

     ଭାତ ପାଇଁ ମରେ ମଣିଷ

     ସେ କି ବୁଝି ପାରିବନି

     କେତେ ଆମେ କରିଛୁ ବିକାଶ

      ମିଥ୍ୟା ନାରା ଏହି

     ମେକ୍ ଇନ୍ ଇଣ୍ଡିଆ

       ଡିଜିଟାଲ ଇଣ୍ଡିଆ

    ମିଥ୍ୟା ଅଟେ ଆମ ଏହି ବିକାଶ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract