STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କେମିତି ସହିବୁ?

କେମିତି ସହିବୁ?

1 min
109

ମିଛ କହି ଆଜି ବାବୁ

ମନେ ଖୁସି ସିନା ହେବୁ

କାଲି ସତ୍ୟ ଜଣାପଡିଲେ

କେମିତି ସହିବୁ


ପର ଲୋକ ନିନ୍ଦା କଲେ ସିନା

ଛାତିକୁ ପଥର କରିବୁ

ନିଜ ଲୋକ ନିନ୍ଦା କଲେ

କେମିତି ସହିବୁ


ଯାହା ପାଇଁ ଦେଖି ଥିବୁ

ସୁନାର ସପନ

କେମିତି ସହିବୁ

ସିଏ ଭାଙ୍ଗିଲେ ତୋ ମନ


ମିଠା କଥା କହି ତୋତେ

ନିଜର ଯେ କରେ

କେମିତି ସହିବୁ ସିଏ

ଯଦି ସ୍ୱାର୍ଥ ପାଇଁ ପର କରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract