STORYMIRROR

Samar Ballav Bhoi

Abstract Romance Tragedy

3  

Samar Ballav Bhoi

Abstract Romance Tragedy

କେମିତି ଲାଗେ ମୋତେ

କେମିତି ଲାଗେ ମୋତେ

1 min
192


ତୁମ ପାଇଁ ସ୍ବପ୍ନ ବି ହଜିଯାଏ

ମୋ ଭାବନାର ପ୍ରତିଟି ଅନ୍ତରାଳେ

ତୁମେ ତ ରାତ୍ରି ପରି ନିସ୍ତବଧ.......

କିନ୍ତୁ ଅମାନିଆ ଘଣ୍ଟା କଣ୍ଟା 

କେତେବେଳେ ବଜ୍ରବାଣୀ 

ଶୁଣାଏ କାନରେ

ତୁମକୁ ହାତଠାରି 

ଡାକୁଛି କିଏ ବାହାରେ......

ସେତ ପ୍ରତୀକ୍ଷା ପ୍ରେମିକା ପରି 

ଲାଗେ ମୋତେ

ତୁମ ପାଇଁ କାହାଣୀ ବି ଭାସିଆସେ

ମୋ ସ୍ବପ୍ନର ପ୍ରତିଟି ପୃଷ୍ଠାରେ

ତୁମେ ତ ଚନ୍ଦ୍ରପରି ଜୋସ୍ନା ବିଧୌତ

କିନ୍ତୁ ଏ ଅବୁଝା ହୃଦୟୀର

ଅହରହ କ୍ରନ୍ଧନ ଶୁଭେ ନାହିଁ ତୁମକୁ

ତୁମ ପାଇଁ ଏ କ୍ରନ୍ଧନ କଣ ଅଲୋଡା

ସେତ ପ୍ରତୀକ୍ଷା କାହାଣୀ

ପରି ଲାଗେ ମୋତେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract