କେମିତି କହିବି
କେମିତି କହିବି
କେମିତି କହିବି ମନର ବେଦନା
ତଥାପି ଲେଖିଦେଉଚି
ତୁମ ବିନା ଦଶଦିଗ ଅନ୍ଧକାର
ମୋ ଆଖିକୁ ଦିଶୁଅଛି।
ବଞ୍ଚିବାର ରାହା ମିଳୁନାହିଁ ମୋତେ
ସୁଖ ଶାନ୍ତି ହଜିଅଛି,
ଅପେକ୍ଷା କରିକି ଦିନ ବିତୁଅଛି
ଫେରିବନି ମୁଁ ଜାଣିଛି।
ଭଲ ପାଇବାର ସୀମା ସର ହ୍ରଦ
ପାର କରିଥିଲ ତୁମେ
ସେଥିପାଇଁ ଆଜି ଝୁରି ହେଉଅଛି
ପାଗଳୀ ପରିକା ଭ୍ରମେ।
ମନ କଥା ଖୋଲି କହିବା ପାଇଁକି
ପାଉନାହିଁ ମୁଁ କାହାକୁ
ଅନ୍ତର ତଳର ବ୍ୟଥା ଓ ଯନ୍ତ୍ରଣା
ଦହନ କରେ ହୃଦକୁ।
ମନର ବେଦନା କବିତା ରଚନା
କରିଦେଲେ କବିଟିଏ
ଅଳ୍ପ କ୍ଷଣ ପାଇଁ ମନଟି ତାହାର
ହାଲକା ହୋଇଣ ଥାଏ।
ଅନ୍ୟ ଆଗେ ଯେବେ ମନଦୁଃଖ କେବେ
ପ୍ରକାଶ କରି ଯେ ଦେବ
ସମୟ ଆସିଲେ ସେହି ଲୋକଟି ଯେ
ଉଲୁଗୁଣା ଦେଇଦେବ।
ପ୍ରକୃତ ବନ୍ଧୁ ଏ ଦୁନିଆଁ ଭିତରେ
ଖୁବ୍ ଅଳପ ଅଛନ୍ତି
ସ୍ୱାର୍ଥପର ବନ୍ଧୁ ସ୍ୱାର୍ଥ ସରିଗଲେ
ମୁହଁ ମୋଡ଼ି ଚାଲିଯାନ୍ତି।
ଅନ୍ୟ ଦୁଃଖ ଦେଖି କାନ୍ଦେ ନାହିଁ ପ୍ରାଣ
ମୁହଁରୁ ଉକୁଟେ ହସ
ମୁଖରେ ମଧୁର କଥା କହିଥାନ୍ତି
ଅନ୍ତରେ ଭରିଣ ବିଷ।
ସରଳ ହୃଦୟ ଅତି ସ୍ଵାଭିମାନୀ
ଅନ୍ୟ ଦୁଖେ ଥିଲ ଦୁଃଖି
ନିଆରା ଜୀବନ ଥିଲା ଯେ ଆମର
ହୋଇଗଲି ନିରିମାଖି।