STORYMIRROR

Trushna Das

Abstract Tragedy Inspirational

4  

Trushna Das

Abstract Tragedy Inspirational

କେମିତି କହିବି କୁହ

କେମିତି କହିବି କୁହ

1 min
469

କେମିତି କହିବି କୁହ

ବୁଝିବା ଲୋକ ଯଦି ନ ବୁଝି ପାରିବ 

ଆଉ ବୁଝି କି ବି ଅବୁଝା ହେବ

ତ କହିବା ଅପେକ୍ଷା ମୌନ ରହିବା ଟା ଭଲ ।


କେମିତି କହିବି କୁହ

ମନର ସେ ଯେ ଅକୁହା କୋହ 

ହୃଦୟ ନ ଥିବା ଲୋକ କି ବୁଝିବ

ସେ ପରା ପଥର ସଦୃଶ୍ୟ ।


କେମିତି କହିବି କୁହ

ହୃଦୟକୁ ଦେଉଥିବା ଲୋକ ଆଘାତ 

ସେ କି ପାରିବ ହୃଦୟର କଷ୍ଟ

ସେ ପରା ହୃଦୟହୀନ ।


କେମିତି କହିବି କୁହ

ଦିନେ ଯିଏ ଥିଲା ନିଜର 

ସାଜିଛି ଶତ୍ରୁ ହୋଇ ଆପଣାର

ସେ ପରା ସ୍ୱାର୍ଥପର । 


କେମିତି କହିବି କୁହ

ଅଧୁରା ସପନ ସବୁ ମୋର

ହୃଦୟରେ କରେ କ୍ରନ୍ଦନ 

ଆଉ କରି ହୁଏ ନା ବିଶ୍ୱାସ ।


କେମିତି କହିବି କୁହ

ଭୁଲି ପାରୁ ନାହିଁ ଅତୀତ ମୋର

ସ୍ମୃତିରେ ଅଛି ଛଳନା ତୁମର

ତୁମେ ପରା କାପୁରୁଷ ।


କେମିତି କହିବି କୁହ 

ଭାବିବାର ନାହିଁ ଆଉ ମୋର

ଏ ଦୁନିଆକୁ ମୋର କର୍ମ କହିବ

ତୁମେ ଯେ ଥିଲ କେତେ ଭୂଲ ।


କେମିତି କହିବି କୁହ 

ଆଖିର ଲୁହ କଥା କୁହେ ହୃଦୟର କୋହ

ନୀରବତା ରହିବା ଟା ହିଁ ଭଲ

ସତ୍ୟତା କହିବ ସମୟ ।


Rate this content
Log in

Similar oriya poem from Abstract