STORYMIRROR

Bidulata Sahoo

Inspirational Children

4  

Bidulata Sahoo

Inspirational Children

କେମିତି ହୁଅନ୍ତା କୁହ ?

କେମିତି ହୁଅନ୍ତା କୁହ ?

1 min
220


ଗଛଟିରୁ ତୋଳିନେଲେ ଫୁଲଫଳ

              ଦେଖିଛକି ରାଗିବାର,

ଏଇ କଥା ଆମେ ତାଠାରୁ ଶିଖିଲେ

              ହେବ କୁହ କେତେ ଭଲ |

ଟିକି ନଈଟିଏ ପଛକୁ ଫେରେନା

               ଆଗକୁ ଆଗକୁ ଧାଏଁ

ଜୀବନେ ଏକଥା ଲଗାଇଲେ କାମେ

               ବଡ ହେବା ଛାଏଁଛାଏଁ |

ଟିକି ପକ୍ଷୀଟିଏ ଆକାଶରେ ଉଡେ

               ନଥାଏ ତାହାର ଭୟ,

ସେଇକଥା ଆମେ ତାଠାରୁ ଶିଖିଲେ

                 ସବୁକାମେ ହେବ ଜୟ |

ନିଇତି ସକାଳୁ ସୂରୁଜ ଆସୁଛି

              ଆଲୁଅ ପସରା ଧରି,

ପର ଉପକାର ତାଠାରୁ ଶିଖିଲେ

               ଲାଗିବନି ଆଉ କଳି |

ଟିକି ଝରଣାଟି କେତେ ଖୁସିମନେ

              ଗୀତଗାଇ ବହିଚାଲେ,

ଏମିତିକା ଖୁସି ହେବାଯଦି ଆମେ

               ରୋଗ ଚାଲିଯିବ ଦୂରେ |

ଟିକି ମହୁମାଛି ଫୁଲେ ଫୁଲେ ଉଡି

               ଦିନରାତି ମହୁ ସଞ୍ଚେ,

ନିଜେ ନଖାଇ ସେ ସାଇତି ତାହାକୁ

               ଦେଇଥାଏ ପରହିତେ |

ଟିକି ପିମ୍ପୁଡିଟି ଭାରି ପରିଶ୍ରମୀ

              ଅଳସ ନଥାଏ ତାର,

ତାହାପରି ଆମେ ପରିଶ୍ରମୀ ହେଲେ

            ଅଭାବ ହୁଅନ୍ତା ଦୂର |

ପ୍ରଜାପତି ସତେ କେଡେ ଚୁଲ୍ ବୁଲି

             ଉଡୁଥାଏ ସାରାଦିନ,

ମାଗିଆଣନ୍ତେକି ଆମେ ତାହାଠାରୁ

              ଏମିତି ସୁନ୍ଦର ମନ |

ଟିକିପିଲା ଓଠେ ଭାରିଭଲ ଲାଗେ

              ଦରୋଟି ଦରୋଟି ହସ,

ସେଇ ହସରେ ସେ ସାରା ଦୁନିଆକୁ

              କରି ପାରିଥାଏ ବଶ |

ଏସବୁ ଗୁଣକୁ ଶିଖିନେଇ ଆମେ

               ଲଗାଇବା ଯଦି କାମେ,

କେମିତି ହୁଅନ୍ତା କହିଲ ଟିକିଏ

              ଭଲ କରି ଭାବି ତୁମେ |


Rate this content
Log in

Similar oriya poem from Inspirational