STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Thriller

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Thriller

କେମିତି ଭୁଲିବି କୁହ

କେମିତି ଭୁଲିବି କୁହ

1 min
224

    

ଭଲ ପାଇ ମନଭରି

ହୃଦୟେ ରଖିଛି ତୁମକୁ ସାଇତି,

ତୁମ ମିଠା ମିଠା କଥା ଓଠେ ଭରା ହସ

ସବୁ ମୋ ପାଇଁ ଅଭୁଲା ସ୍ମୃତି।

ବସିଲେ ଭାବି ଉଠେ ଛାତିର କୋହ

ଏଡି ଦେଇ ଯାଇ ପାରେନା ଆସକ୍ତିର ମୋହ,

ଧାର ଧାର ଝରେ ଆଖିରୁ ଲୁହ

କେମିତି ତୁମକୁ ଭୁଲିବି କୁହ।

ପର କରିବାର ଥିଲା ଯଦି ଇଚ୍ଛା ତୁମ ମନେ

ମିଛେ ମୋ ସାଥେ କାହିଁ ଗଢିଲ ସଂପର୍କ,

ହୃଦୟଟା ଥରେ ଦେଇ ଦେଲା ପରେ

ମୋତେ ସନ୍ଦେହ କରି କରୁଛ ତର୍କ।

କେମିତି ବୁଝାଇ ଥାନ୍ତି ତୁମକୁ

ତୁମ ପାଇଁ ମୋର ଏ ଜୀବନ ସବୁ କିଛି,

ସାଥି ହୋଇ ଚାଲିବାର ଦେଇ ପ୍ରତିଶ୍ରୁତି

ଅଲଗା ବାଟ ଏକା ଏକା ନେଲ ବାଛି।

ତୁମ ବିନା ବଞ୍ଚିବା ହୁଏ ଭାରି କଷ୍ଟ

ସବୁ କିଛି ସହି ବି ପାରୁନି ତୁମକୁ ଭୁଲି,

ତୁମେ ମୋ ପାଶେ ଥିଲ ଏବେ ଦୂରେଇ ଗଲ

ତଥାପି ଲାଗେ ମୋତେ ଭଲ ପାଅ ବୋଲି।

ତୁମେ ମୋତେ ଭୁଲି ଶାନ୍ତିରେ ରୁହ

ବାଧା ଦେବାକୁ ନାହିଁ ମୋର ତିଳେ ଆଗ୍ରହ,

ଭାବୁଥିବି ତୁମ ଭଲ ପାଇବା ଅହରହ

କେମିତି ତୁମକୁ ଭୁଲିବି କୁହ।

ଭଲ ପାଇ ତୁମେ ଯଦି ଭୁଲ୍ କଲ

ଭୁଲିଗଲେ ସେ ଭୁଲ୍ ବି ହେବ ମୋର,

ଭଲ ପାଇ ଭୁଲି ଯିବା ନୁହେଁ ମୋ ସ୍ଵଭାବ

ଜାଣିଗଲି ଏ ମିଛ ମାୟାର ସଂସାର।

କେମିତି ତୁମକୁ ଭୁଲିବି କୁହ

ଆତ୍ମା ମନକୁ ନେଇ ରହିଛି ଏ ଦେହ,

ସୁଖ ଦୁଃଖ ମିଳନ ବିଚ୍ଛେଦର ପ୍ରବାହ

ଏ ଜୀବନର ବାସ୍ତବତା ଏକ ଅବରୋହ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance