STORYMIRROR

Bhakta Charan Sunani

Abstract

3  

Bhakta Charan Sunani

Abstract

କେମିତି ଭୁଲିବି ହେ ପ୍ରିୟବନ୍ଧୁ

କେମିତି ଭୁଲିବି ହେ ପ୍ରିୟବନ୍ଧୁ

1 min
267

ଅଚିହ୍ନା ବାଟରେ ସାହାରାଟେ ହେଲ

ପାଦରେ ମିଶେଇ ପାଦକୁ

କେମିତି ଭୁଲିବି ହେ ପ୍ରିୟବନ୍ଧୁ

ତମରି ଦରଦୀ ମନକୁ।


ବୁଝିଗଲ ତମେ ଅକୁହା ବେଦନା

ପୋଛିଦେଲ ଆଖି ଲୁହକୁ

କେମିତି ଭୁଲିବି ହେ ପ୍ରିୟବନ୍ଧୁ

ତମରି ଦରଦୀ ହୃଦକୁ ।


ନିରାଶାରେ ଆଶା ବୁଣିଦେଲ ତମେ

ମୋ ଦୁଃଖରେ ଜାଳି ନିଜକୁ

କେମିତି ଭୁଲିବି ହେ ପ୍ରିୟବନ୍ଧୁ

ତମରି ଦରଦୀ ପ୍ରାଣକୁ।


ବନ୍ଧୁତ୍ୱର ଡୋରି ବାନ୍ଧିଦେଲ ତମେ

ହାତେ ଦେଇ ତମ ହାତକୁ

କେମିତି ଭୁଲିବି ହେ ପ୍ରିୟବନ୍ଧୁ

ତମରି ଦରଦୀ ଆତ୍ମାକୁ।


Rate this content
Log in

Similar oriya poem from Abstract