STORYMIRROR

SUKANTA KHANDA

Drama

4  

SUKANTA KHANDA

Drama

କେହି ରହିନାହିଁ

କେହି ରହିନାହିଁ

1 min
223


ମୁଁ ଜଣେ ଏମିତି ଲୋକ

ଯିଏ କି ଏ ରଙ୍ଗମଞ୍ଚରେ ଅଭିନୟ କରୁଛି

ଯେମିତି ସଂସାରଟା ଏକା ମୋର

ମୁଁ ହିଁ ଏକା ବଞ୍ଚିରହେ

ଆଉମାନେ ସବୁ ମରନ୍ତୁ।


ଭୁଲ କହିଲି କି?

ଦେଖୁ ନାହାନ୍ତି କେମିତି ସଞ୍ଚୁଛି 

ପାହାଡ଼ ପରିକା କଟ୍ଟାଳିକା 

ଖୁନ୍ଦି ହୋଇଛି ସମ୍ପଦ

ମେଞ୍ଚାମେଞ୍ଚା ଗାଡି଼

ଏତେ ଧନ,ଏତେ ସମ୍ପଦ ଯେ

ବସିବାକୁ ଥାନ ଟିକେ ବି ନାହିଁ

ଯେମିତି ମଲାପରେ ବୋହିନେବି ସ୍ବର୍ଗକୁ।


ହଁ,ଆଜ୍ଞା 

ମିଛ ଭାବୁଛନ୍ତି କି?

ମୁଁ ତ ଭାବେ ଉଚିତ କର୍ମ ହିଁ କରୁଛି

ବଡ଼ ମଣିଷ ହେବାରେ ଲାଳସା

ମୋତେ ସଭିଏଁ ଭଲ ପାଆନ୍ତୁ,ଡରନ୍ତୁ।


ହଁ,ପରର ତଣ୍ଟି ନ ଚିପିଲେ 

କିଏ ବଡ଼ ମଣିଷ ହୋଇଛି କି?


ସେଥିପାଇଁ ତ ମୁଁ ବି 

ହଜାରେ ତଣ୍ଟି ଚିପି ସାରିଲିଣି

ଭରପୂର ଘାତକ,ହିଂସା,ଘୃଣା ଓ ଦଙ୍ଗାଠୁ ବଳି।


ଅନ୍ତରଟା ପୂରାପୂରି ବିଷ 

କିନ୍ତୁ ଉପରଟା ଅମୃତଠୁ ବଳି।


ମୁଁ ବୁଝେ ନାହିଁ ଧର୍ମ ଅବା କର୍ମ

ମୋର ଇଛା ସର୍ବୋଚ୍ଚ ହେବାକୁ

ଯେମିତି ରାବଣର ନିଶୁଣି

ମହିଷାସୁଙ୍କ ନାରୀ ଆକର୍ଷଣ

ଆଉ କଂସର ଗର୍ବ ଓ ଅହଙ୍କାର?


ଯଦି ଜାଣିଥାନ୍ତି ଏ ସଂସାରଟା ଭେଳିକି

କିଛି ନେଇକି ଯାଇ ହେବନି ଅଥବା

ଏକା ଆସି ଏକା ହିଁ ଯିବାକୁ ହେବ

ତେବେ ଏତେ ନାଟ କରନ୍ତି କାହିଁକି?


ଆଜ୍ଞା ! 

ମୁଁ ଜଣେ ନୀଚ୍ଚ ଅଭିନେତା

ଆପଣ ବି ମୋର ପରି 

ଏ ପଥର ଯାତ୍ରୀ ନୁହଁନ୍ତି ତ?


ଯଦି ନାହିଁ,ଛାତି ଉପରେ ହାତ ଥୋଇ କୁହନ୍ତୁ ତ

ବିଲକୁଲ ସତ୍ଯାଟେ

ଗୋଟାପଣେ ରାମ,ଅହିଂସାର ପ୍ରତୀକ।


ନାଁ,କହି ପାରିବେନି

କାରଣ ଆପଣ ବି ମୋ ପରି 

ନୀଚ୍ଚ ଓ ଧପ୍ପାବାଜ 

ଜଳଜଳ ଦିଶୁଛନ୍ତି ଆଉ

ସ୍ବର୍ଗକୁ ନେବାପାଇଁ ଲୋଭ ଓ ମୋହରେ।


ଭଲ କଥା ଆଜ୍ଞା

ମୁଁ ଏକୁଟିଆ କେତେ ନେଇଥାନ୍ତି କହିଲ?

ସାଙ୍ଗ ହୋଇ ନେଲେ ଭଲ 

ଆପଣଙ୍କୁ ସୁସ୍ବାଗତ।


ଯଦି ଏଠି କେହି ରହିନାହିଁ କି

ରହିବେ ବି ନାହିଁ

ତେଣୁ ତ ହେ ଭାଇ ଓ ଭଉଣୀ

ଆନନ୍ଦ ତ ନେବାର ଅଛି,ନୁହେଁ?

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama