STORYMIRROR

Jharana Rout

Tragedy

3  

Jharana Rout

Tragedy

କେହି ନୂଁହେ କାହାର

କେହି ନୂଁହେ କାହାର

1 min
244


ସ୍ୱାର୍ଥ ଥିଲେ ଏଠି ସଭିଏଁ ନିଜର 

ସ୍ୱାର୍ଥ ହାସଲ ପରେ ସବୁ ଏଠି ପର

ନିଜ ନିଜ ବାଟରେ ନିଜେ ହିଁ ପଥିକ

କେହି ନୂଁହେ ଏଠି ଆଶାର ଆଲୋକ ||


ନିଜେ କେମିତି ଏଠି ଭଲରେ ରହିବେ

ଭାବୁଥାନ୍ତି ଏଠି ନିଜ ନିଜର କଥା 

ଏହି ମଣିଷ ଏମିତି ଏକ ଚିନ୍ତାଧାରା 

କାହାକୁ କହିବି ମୁହିଁ ନିଜର ନିଜର ||


ସୁଖ ସମୟରେ ଏଠି ସଭିଏଁ ନିଜର 

ଦୁଃଖ ବେଳେ ନୂଁହେ କେହି କାତର 

ବିପଦ ବେଳେ ଆସନ୍ତି ନି କେହି ଧାଇଁ

ଖୁସିର ବେଳାରେ ଏଠି ସଭିଏଁ ଥାନ୍ତି ||


ଏହି ଅଟେ ଆମର ମଣିଷ ପଣିଆ 

କାହାକୁ କହିବି ଆଉ ନିଜର ନିଜର

ଯେତେ ଆସୁ ବାଧା ବିଘ୍ନ ଭୟ ନାହିଁ

ମୋ ପାଖେ ଅଛନ୍ତି ପରା ଜଗନ୍ନାଥ ||

   

      


Rate this content
Log in

Similar oriya poem from Tragedy