STORYMIRROR

Bharatabandhu Biswal

Romance Fantasy Inspirational

3  

Bharatabandhu Biswal

Romance Fantasy Inspirational

କେଡେ ସୁନ୍ଦର ସେ ଦୋଳ ବିମାନ

କେଡେ ସୁନ୍ଦର ସେ ଦୋଳ ବିମାନ

1 min
992

ସଖୀ ଗୋ !

କେଳିକୁଞ୍ଜେ ବିଜେ   ମଦନମୋହନ

     ପ୍ରେମମୂର୍ତ୍ତି ରାଧାକୃଷ୍ଣ

କେଡେ ସୁନ୍ଦର ସେ  ରାଧା ଗୋପୀନାଥ

      ମିଳନ ଦୋଳ ବିମାନ ।


ବସନ୍ତ ଉତ୍ସବ    ରଙ୍ଗର ପରବ

     ଅପ୍ରାକୃତ ରସରାସ

ବରଷେ ପୀୟୂଷ   ପୁଲକ ହରଷ

     ଋତୁରାଜ ଦିବ୍ୟପୁଷ୍ପ

      ମଳୟର ସମୀରଣ

ବହେ ମୃଦୁମନ୍ଦ    ପ୍ରେମପ୍ରୀତି ରଙ୍ଗ

      କୋକିଳ ପଞ୍ଚମ ସ୍ୱନ ।


ଆସ ବୋଳିହେବା    ଅବିର ଚନ୍ଦନ

     ଭିଜିଯିବା ଗୋଟାପଣେ

ପ୍ରୀତି ଫଗୁଣର    ଭାବ ତରଙ୍ଗରେ

      ନିମଜ୍ଜିବା ସଙ୍କୀର୍ତ୍ତନେ

       ଷୋଳକଳା ପରିପୂର୍ଣ୍ଣ

ଦୋଳ ବିମାନରେ    ଶ୍ରୀ ରାଧାଗୋବିନ୍ଦ

       ଦରଶନ ପୂର୍ଣ୍ଣକାମ ।


Rate this content
Log in

Similar oriya poem from Romance