କେଡେ ମଧୁର ମୋ ଭାଷା
କେଡେ ମଧୁର ମୋ ଭାଷା
କେଡ଼େ ମଧୁର ମୋ ଭାଷା କେଡ଼େ ସୁନ୍ଦର ଆମ ଓଡ଼ିଆ ଭାଷା ନାହିଁ ତା'ର ତୁଳନା, କେଡ଼େ ସୁନ୍ଦର ମୋ ମାଆ ମାତୃଭୂମି ନାହିଁ ତା ପାଖେ ଛଳନା।
ମାଆ ଓଠରୁ ଶିଖିଲି ଯେବେ ମମତାବୋଳା କଥା, ତା ଓଠ ଭାଷା ହେଲା ସେଦିନୁ ମୋହର ମାତୃଭାଷା।
ହାତ ଧରି ସିଏ ମଡେଇ ଦେଲା ସିଲଟେ ତିନି ଶୂନ, ବ୍ରହ୍ମା ବିଷ୍ଣୁ ମହେଶ୍ବର ବୋଲି ଚିହ୍ନେଇ ଦେଲା ସେ ଦିନ।
ଅ,ଆ,ଇ,ଈ,ଉ,ଊ,ଋ,ଏ ଐ,ଓ,ଔ,ସ୍ଵରବର୍ଣ୍ଣ, ଚାଟଶାଳୀ ଯିବା ଆଗରୁ ହୋଇଲା ସିଏ ମୋର ଅବଧାନ।
କ,ଖ,ଗ,ଘ ଏମିତି ଶ,ଷ,ସ ଯାଏ ବ୍ୟଞ୍ଜନ ବର୍ଣ୍ଣ ଶିଖାଏ, ପଣକିଆ,ଫଳା,ଗୁଣନ ହରଣ ମୁହେଁ ମୁଖସ୍ତ କରାଏ।
ପିତୃମାତୃ ଗୁରୁ ଗୁରୁଜନେ ଭକ୍ତି କୋଳେ ଧରି ସେ କହଇ, ମଧୁ ବର୍ଣ୍ଣବୋଧ ମଧୁର ଜ୍ଞାନକୁ ନିତି ଅଭ୍ୟାସ କରଇ।
ଅ ରେ ଅଜା ,ଆ ରେ ଆଈ ଈ ରେ ଈଶ୍ୱର, ଉ ରେ ସକାଳୁ ବିଛଣା ଛାଡ଼ି ଉଠିବାକୁ କହେ ମାଆ ମୋର।
ଋ ରେ ଋଷି ଏ ରେ ଏକ ଐ ରେ ଐରାବତ, ଓ ରେ ଓଠ ଔଷଧ ପୁଣି କ ରେ କଲମେ ପଢିବା ପାଠ।
ଖ ରେ ଖବର ନିତି ଜାଣିବା ଗ ରେ ଗଣ୍ଡଗୋଳ ନ କର, ଘ ରେ ଘର ଆମ ବୈକୁଣ୍ଠ ପୁର ଚ ରେ ଚଳିବା ମିଳି ପରଷ୍ପର।
ଛ ରେ ଛଳ କପଟ ମନେ କେବେ ରଖିବା ନାହିଁ, ଜ ରେ ଜୀବନେ ଝର ରେ ଝରଣା ଜଳ ପରି ଯିବା ବହି,
ଟ ରେ ଟାଉଟର ଠ ରେ ଠକ ଠାରୁ ଦୂରେଇ ରହିବା, ଡ ରେ ଡମ୍ବରୁ ବଜାଇଣ ବାଜା ଢ ରେ ଢ଼ମଣା ଦେଖିବା।
