Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Tragedy

4  

Shiba Charan Mahapatra

Tragedy

କେବେ ଯଦି

କେବେ ଯଦି

1 min
245


କେବେ ଯଦି ଆସିବ ଖବର 

ଦିବସର ଦୃଶ୍ୟାନ୍ତରେ ଶେଷ ହେଲା ଅଭିନୟ ମୋର 

ସାରା ଦେହେ ତୁମ 

ବେଢିବ କି ତିକ୍ତ ସ୍ମୃତି କୁହୁଡି ଚାଦର..!?


ମୋ ଅବର୍ତ୍ତମାନରେ 

ଉତାରି ଫିଙ୍ଗିବ କିବା

ହସର ଲାଲିମା, ଚାହାଣୀ ଚପଳତା

ଅବା

କଡ଼ ଲେଉଟାଣି ଦେଇ 

ଗୋପନେ ହେଜିବ ଯେତେ ଘଟିତ ଲାଜକଥା..!!? 

 

କେବେ ଯଦି ଆସିବ ଖବର

ସୁଁ ସୁଁ ଝାଉଁବଣ ଗୀତ ଶୁଣୁଶୁଣୁ 

କେହି ଜଣେ 

ଭଗ୍ନ କଲା ହୃଦୟ କନ୍ଦର

ମଗ୍ନ ରହି ସାଗର ବୁକୁରେ,

ସେବେ ତୁମେ ଚାହିଁବ କି ଫେରି 

ତୋଳିବାକୁ ବାଲିଘର 

ବେଳାଭୂମି ଭିଜା ଦେହ ତୃଷିତ ଛାତିରେ..!!? 


ବାଢିଦେବ କିବା 

ଅଭିମାନ ଅଭିଯୋଗ ସମୟ ଉପରେ

ହେ' ନିଷ୍ଠୁର..!!

ଚମ୍ପା ଫୁଲ ମହକରେ ଫେଣ୍ଟିଦେଲ ବିଷ

ଦେଖ..ଦେଖ

ପ୍ରେମମୟ ପୃଥିବୀର ପାଖୁଡ଼ା ପାଖୁଡ଼ା

ଏବେ ଦୁଃଖମୟ ହା-ହତାଶ 

ସ୍ୱପ୍ନଭଂଗ ତୃଷ୍ଣାଭରା ରକ୍ତସ୍ନାତ ସ୍ମୃତି ଅବଶେଷ..!?


କହିବ କି ଥରେ

ଦେଖ ଦେଖ ତରୁ ଲତା ଗୁଳ୍ମ,ହେ' ମାଟି ଆକାଶ 

ଚଲାପଥେ ଏ ଅଧ୍ୟାୟ କେତେ କଣ୍ଟକିତ 

ଅଧୁରା ଅଲିଖିତ ଅବ୍ୟକ୍ତ କାହାଣୀ

ଶୁଣିବ କି ପବନରେ ଥରେ କାନଡ଼େରି..!?

 

ଗୋଧୂଳିର ପଥଧାରେ 

ଅସହ୍ୟ ଭାରି ଲାଗୁଛି ବିରହ ରାଗିଣୀ

କେହି ଜଣେ ଧୂଳି ହୋଇ ଚାଲିଗଲା ପରେ

କହିବ କି ଥରେ 

କହିବ କି ଥରେ ସଖି

କେବେ ଯଦି ଆସିବ ଖବର ମୁଁ ଗଲା ପରେ.!?



Rate this content
Log in

Similar oriya poem from Tragedy