Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Tragedy Inspirational Others

4  

Prabhati Mahapatra

Tragedy Inspirational Others

କେବେ ତୁ ଆସିବୁ ଧନ

କେବେ ତୁ ଆସିବୁ ଧନ

1 min
207



କେମିତି ବେଳାରେ ଘରୁ ବାହାରିଲି

ହରାଇ ବସିଲି ତୋତେ

ମୋ ଜୀବନ ପଛେ ଚାଲି ଯାଉ ଧନ

ତୋ ବଦନ ଦିଶୁ ନେତ୍ରେ ।

ଅତି ଆନନ୍ଦରେ ଏକ ମାସ ପୂର୍ବେ

ବିଚାର କରିଲି ସୁଖେ

ଏସ . ଏମ୍ . ବଶ୍ ଗାଡ଼ିକୁ ଧରିବି

ପଡ଼ିବି ନାହିଁ ମୁଁ ଦୁଃଖେ ।

ତୋ ପିତା ସାଙ୍ଗରେ ତୋର ବଡ଼ ଭାଇ

ଆଗେ ଆଗେ ଚାଲି ଗଲେ

ଅତି କୌତୁହଳେ ଘରେ ଚାବି ମାରି

ଆମେ ମଧ୍ୟ ବାହାରିଲେ ।

କେତେ ଆନନ୍ଦରେ କହୁଥିଲୁ ମା'

ଯାହା ମୁଁ ଚାହିଁବି ଦେବୁ

ଗୋଟିଏ ବନ୍ଧୁକ କିଣିଲା ବେଳେ ମା

ମୋ ପାଖରେ ତୁହି ଥିବୁ ।

ତୋତେ ଯିଏ ଯଦି ମାରିବା ପାଇଁକି

ଚେଷ୍ଟା କରିବ ସହଜେ

ଏକା ଥର କରେ ଗୁଳି କରି ଦେବି

ଯିବ ସେ ଯମ ରାଇଜେ ।

ଏହି ବାର୍ତ୍ତାଳାପ ଶେଷ କଥା ଥିଲା

ଗାଡ଼ିରେ ଚଢିବା ଆଗେ

ଜାଣି ନପିରିଲି ଓଡ଼ିଶାରେ ନୂଆ

ଚଢି ଗଲି ବେଗେ ବେଗେ ।

ସେଥିରେ ଧନରେ ବସି ଥିଲେ କେତେ

ବଙ୍ଗାଳୀ , ବିହାରୀ ଜନ 

ପୁଣି ଗୁଜୁରାଟୀ ମରାଠୀ ପଞ୍ଜାବୀ

ବିଭିନ୍ନ ଜାତିର ଚିହ୍ନ ।

ସଭିଙ୍କୁ ଦେଖେ ମୁଁ ଦିଶେ ନାହିଁ ପିତା

କି ଅବା ତୋହର ଭାଇ

ଗାଡ଼ିରେ ବସାଇ ଅନ୍ୱେଷଣେ ଗଲି

ଲୋଚନ ଲୋତକ ନେଇ ।

ମୋ ପଛରେ ତୁହି ରାହା ଧରି କାନ୍ଦି

କେଉଁ ଆଡେ ଗଲୁ ଚାଲି

ଯେତିକି ଖୋଜୁଛି ସରୁ ନାହିଁ ଦିନ

ପାରୁ ନାହିଁ ତୋତେ ଭୂଲି ।

ଏବେ ମୁଁ ଟିକିଏ ଆଶ୍ୱସ୍ତି ହୋଇଛି

ଶୁଣିଲି ଶୁଭ ଖବର

ଏସ. ଏମ୍. ବଶ୍ ମାଲିକ ବୋଲନ୍ତି

ହୁଅ ନାହିଁ ତରବର ।

ପୁଅକୁ ପାଇଛୁ ଭଲରେ ରହିଛି

ରୋଦନ କରିବ ନାହିଁ

ଭାରତ ଆମର ଗୋଟେ ପରିବାର

ଆମେ ସବୁ ଭାଇ ଭାଇ ।


#SM Boss


Rate this content
Log in

Similar oriya poem from Tragedy