STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

କେବେ କୁ ଆସିବ

କେବେ କୁ ଆସିବ

1 min
11.8K

କେବେ ଆସିବ ସେଦିନ କୁହ ପ୍ରଭୁ

ନବ ଊନ୍ମେଷେ ଉତ୍ତଳା ହେବେ ସବୁ,

ଉନ୍ମାଦେ ଧରଣୀ ହସିବ

ସରସୀ ରେ ସଜ ରାଜିବ ପ୍ରଫୁଲ୍ଲେ

ଛୁଉଁଥିବ ସବୁ ପ୍ରାଣକୁ

କେବେ ଆସିବ ସେଦିନ କୁହ ପ୍ରଭୁ

ଜହ୍ନ ରାଇଜରୁ ଝରି ଆସୁଥିବ

ସୁଧାମୟ ତା’ର କୈାମୁଦୀ ଝଲକ,

ଛୁଉଁଥିବ ଆସି ଭୂଲୋକ

ନବ ଉନ୍ନେଷିତ ଆଲୋକ ପ୍ରଭାରେ

ଉତ୍-ଫୁଲ୍ଲିତ କରି ମନକୁ,

କେବେ ଆସିବ ସେଦିନ କୁହ ପ୍ରଭୁ


ତାରା ଭରା ଏଇ ପୁନେଇଁ ରାତିରେ

ପ୍ରଷ୍ଫୁଟିତ ଯେତେ କୁମୁଦ କଳୀ ରେ,

ସଜାଇଦେଇ ଏ ଧରାକୁ

କେଉଁ ଦିନ ଆଉ ହେ ପରଂବ୍ରହ୍ମ

ମୁଁ ଚାହିଁଛି ତୁମରି ବାଟକୁ,

କେବେ ଆସିବ ସେଦିନ କୁହ ପ୍ରଭୁ‌


ତୁମ ଆଗମନେ ଅଚଳା ଅଧୀର

ନବ ଊନ୍ମେଷରେ ନାଚିବ ସଂସାର,

ସୁଖ ଶାନ୍ତି ଦେବ ସଭିଙ୍କୁ

ପାଦ ତଳୁ ପ୍ରଭୁ ମାଟି ଖସିଯାଏ

ପ୍ରତିକ୍ଷା ତୁମ ଆଗମକୁ,

କେବେ ଆସିବ ସେଦିନ କୁହ ପ୍ରଭୁ


ଅତିକାୟ ପନ୍-ଝା ବିସ୍ତାରି କରୋନା 

ବିବର୍ଣ୍ଣ କଲାଣି ଆସି ଭୂମି,ଭୂମା,

ଅଜସ୍ର ଆଶାର ସମ୍ଭାର

ସମାଧି ନେଉଛି ଧୀରେ ଧୀରେ ସବୁ

ପାପ ଛୁଇଁଲାଣି ମୋ ମନକୁ,

କେବେ ଆସିବ ସେଦିନ କୁହ ପ୍ରଭୁ


କେଉଁଠାରେ ଅଛ କେବେକୁ ଆସିବ

କମନୀୟ ସୁଧା ଶ୍ରୀମୁଖ ଦିଶିବ,

କୃପାସିନ୍ଧୁ ହେ ଆର୍ତ୍ତତ୍ରାଣ

ତବ ଦିବ୍ୟ ଦୃଷ୍ଟିପାତେ ଦୁଃସମୟ

ଲୁପ୍ତ କରିବ ଏ ଯନ୍ତ୍ରଣାକୁ

କେବେ ଆସିବ ସେଦିନ କୁହ ପ୍ରଭୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract