Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Abstract

4  

Bijay Prusty

Abstract

କେ ଅଛ ଦରଦୀ କୁହ

କେ ଅଛ ଦରଦୀ କୁହ

1 min
401



ଦୁନିଆର ସବୁତକ ପ୍ରାଚୁର୍ଯ୍ୟ ଦେଖିଛି

ଅନୁଭବିଛି ମୁଁ 

ଦାରିଦ୍ର୍ୟର ବିଚିତ୍ର କଟାକ୍ଷ

ଦେଖିଛି ବି ସବୁତକ ବିଳାସ ବ୍ୟସନ

ଅଭାବ ଅନେକଥର ମୋ ଦୁଆରେ

କରିଛି ଆଘାତ I

ସେଥିପାଇଁ ମୋ ଭିତରେ 

ଉଠେ ଆଜି ଝଡ

ଭାଙ୍ଗିଛି ହୃଦୟ ମୋର

ଶୁଣି ଶୁଣି ଦାରିଦ୍ର୍ୟର ସ୍ୱର 

ଧନୀର ବିଳାସ ଆଉ

ଗରିବର କୋହଭରା ଛାତି

ଭାଙ୍ଗିଛି ହୃଦୟ ମୋର

ଆଖିରେ ଦେଇଛି ଲୁହ

ସେଥିପାଇଁ ଗାଏ ଆଜି ବିଦ୍ରୋହର ଗୀତି I

ଖୋଜି ବୁଲୁଛି ମୁଁ ଆଜି

ସଚ୍ଚା ଏକ ଦରଦୀ ମଣିଷ

ବଢେଇ ପାରିବ ଯିଏ ଦରଦର ହାତ

ଧନୀ ଆଉ ଗରିବର ପ୍ରଭେଦ ନଦେଖି

ମଣିଷକୁ ମଣିଷଟେ ପରି ସେ ଭାବିବ

ମଣିଷ ମୁହଁରେ ସଦା ହସ ଫୁଟାଇବ I

          


Rate this content
Log in