STORYMIRROR

Bharatabandhu Biswal

Inspirational Others

3  

Bharatabandhu Biswal

Inspirational Others

କଦଳୀ ଗଛ

କଦଳୀ ଗଛ

1 min
379


ବାଡ଼ି ବଗିଚାରେ ସଯତ୍ନ ରୋପିତ

ଆମର କଦଳୀ ଗଛ

ବଡ଼ ଉପକାରୀ ଶକ୍ତିର ଭଣ୍ଡାର

ପକ୍ୱ କଞ୍ଚା ଫଳ ଖାଦ୍ୟ ।

କଦଳୀର ପତ୍ର ଅଟେ ସୁନାଥାଳୀ

ଲାଗଇ ପ୍ରସାଦ ଭୋଗ

ଅନ୍ନ ଓ ବ୍ୟଞ୍ଜନ ଅମୃତ ମଣୋହି

ଶାନ୍ତି ସୁପବିତ୍ର ଦିବ୍ୟ ।

ନାରଙ୍ଗୀ ଆବୃତ୍ତେ ରହିଥାଏ ଲାଖି

କଦଳୀ କାନ୍ଦିକୁ ଭେଣ୍ଡା

ଭାରି ସୁଆଦିଆ ତା ଶ୍ୱେତ ଧବଳ

ପୁଷ୍ପ ଘୃତେ ହେଲେ ଭଜା ।

କଦଳୀ ଗଣ୍ଡିରୁ ପ୍ରାପ୍ତ ହୁଏ ମଞ୍ଜା

ହୁଅଇ ରାଇ ବେସର

କଦଳୀ ପଟୁଆ ପୋଡି ହେଲେ ଖାର

ବସ୍ତ୍ରକୁ କରେ ସୁତର ।

ପଟୁଆର ଡଙ୍ଗା ଭସାଉ ନଈରେ

କାର୍ତ୍ତିକ ପୂର୍ଣ୍ଣିମା ଦିନ

ଧରମ ମାସର ହୁଏ ଉଦ୍ ଯାପନ

ପୂଜା ହୁଏ ଗୁଆ ପାନ ।

ନାରିକେଳ ଭାଙ୍ଗି ଗାଇ ଆକାମାବୈ

କରୁ ଅର୍ଘ୍ୟ ବନ୍ଦାପନା

ଅତୀତ ଗୈ।ରବ ଆସୁ ଆମ ଫେରି

ମନାସୁ ଶୁଭ କାମନା ।

ପୂଜା ପାରବଣ ବିବାହ ବ୍ରତରେ

ଶୁଭ କାର୍ଯ୍ୟ ଅୟରାମ୍ଭ

କଦଳୀର ଗଛ ପୋତାଗଲେ ଦ୍ୱାରେ

ହୁଏ ମଙ୍ଗଳ କଲ୍ୟାଣ ।

ପକ୍ୱ ରମ୍ଭା ଫଳ ଜୀବସାର ପୂର୍ଣ୍ଣ

ଅଟେ ମଧୁର ସ୍ୱାଦିଷ୍ଟ

ଦୂର କରେ ରୋଗ ଉଚ୍ଚ ରକ୍ତଚାପ

ରକ୍ତ ଶର୍କରା କର୍କଟ ।

କଦଳୀ ମୂଳରୁ ଜନ୍ମେ ନୂଆ ପୁଆ

କଦଳୀ ଗଛ ଅମର

ଅଳ୍ପ ପରିଶ୍ରମେ ଦେଉଥାଏ ଫଳ

ସବୁଜ ଚିର ସୁନ୍ଦର ।

କଲାବୋଉ ଭାବେ କଦଳୀ ଗଛକୁ

ପୂଜନ୍ତି ବ୍ରହ୍ମାଣୀ ରୂପେ

ପିନ୍ଧାଇ ଦିଅନ୍ତି ଶାଢ଼ୀ ଶଙ୍ଖା ଚୂଡି

ବନ୍ଦାନ୍ତି ଘୃତ ପ୍ରଦୀପେ ।

ଲୋକ ମୁଖେ ରମ୍ଭା ସ୍ୱର୍ଗ ଅପସରୀ

ସମୁଦ୍ର ମନ୍ଥନୁ ଜାତ

ଦେଇ ଇନ୍ଦ୍ର ସୁଖ ଆହ୍ଲାଦକୁ ସତେ

ପାଳନ୍ତି ସାରା ଜଗତ ।

  -------


Rate this content
Log in

Similar oriya poem from Inspirational